fbpx

ମିଳିବ ୨୦ ଲକ୍ଷ ଟଙ୍କା, ଆସିବନି କୌଣସି ସମସ୍ୟା: ନିର୍ବାଚନ ପୂର୍ବରୁ ଏହି ଏଜେନ୍ସିର ଘୋଷଣା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଏକ ଏଜେନ୍ସି ବଡ଼ ଘୋଷଣା କରିଛନ୍ତି । ଗୋଟିଏ କାମ ପାଇଁ ୨୦ ଲକ୍ଷ ଟଙ୍କା ପୁରସ୍କାର ଦେବା ପାଇଁ ଘୋଷଣା କରିଛି ଏନଆଇଏ । ଏକ ମାମଲାର ଯାଞ୍ଚରେ ସହଯୋଗ କରୁଥିବା ବ୍ୟକ୍ତିଙ୍କୁ ୨୦ ଲକ୍ଷ ଟଙ୍କା ପୁରସ୍କାର ଦେବା ପାଇଁ ଘୋଷଣା କରିଥାନ୍ତି । ଏହାସହିତ ସହଯୋଗ କରୁଥିବା ବ୍ୟକ୍ତିଙ୍କ ନାମ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଗୋପନ ରଖିବା ପାଇଁ ଏଜେନ୍ସି ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି । ବେଙ୍ଗଲୁରୁର ଆଇଟିପିଏଲ ରାମେଶ୍ୱରମ୍ କାଫେ ବ୍ଲାଷ୍ଟ ମାମଲାକୁ ନେଇ ଏହି ଘୋଷଣା କରାଯାଇଛି ।

ମାର୍ଚ୍ଚ ୧ ତାରିଖରେ ବେଙ୍ଗଲୁରୁର ରାମେଶ୍ୱରମ୍ କାଫେ ବ୍ଲାଷ୍ଟ ମାମଲାର ଯାଞ୍ଚ ପ୍ରକ୍ରିୟାରେ ଏନଆଇଏ ପକ୍ଷରୁ ଏହି ଘୋଷଣା କରାଯାଇଛି । ଏହି ମାମଲାରେ ଦୁଇ ଅଭିଯୁକ୍ତ ମୁସାବିର ହୁସେନ ଶାଜିବ ଏବଂ ଅବଦୁଲ ମଥୀନ ତହାହାଙ୍କୁ ପୋଲିସ ଗିରଫ କରିଛି । ରିପୋର୍ଟ ଅନୁସାରେ, ଚିକ୍କମଗଲୁରୁର ମୁଜାମିଲ ଶରୀଫ ନାମକ ଆଉ ଜଣେ ଅଭିଯୁକ୍ତକୁ ମଧ୍ୟଗିରଫ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତକୁ ଲଜିଷ୍ଟିକ ସପୋର୍ଟ ଉପଲବ୍ଧ କରାଇବା ମାମଲାରେ ମୁଜାମିଲ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ମାର୍ଚ୍ଚ ୨୬ ତାରିଖରେ ତାକୁ ଗିରଫ କରାଯାଇଛି ।

ଅଭିଯୁକ୍ତକୁ ଗିରଫ କରିବା ପାଇଁ କର୍ଣ୍ଣାଟକ, ତାମିଲନାଡୁ ଏବଂ ଉତ୍ତରପ୍ରଦେଶ ସମେତ ୧୮ ସ୍ଥାନରେ ରେଡ୍ ହୋଇଥିଲା । କିନ୍ତୁ ଉଭୟ ଗିରଫ ହେବା ପୂର୍ବରୁ ଖସିଯିବାରେ ସମର୍ଥ ହୋଇଥିଲେ । ଏହାପରେ ଉଭୟ ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ଦେଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଦେବା ସହ ସେମାନଙ୍କ ପରିଚୟ ଗୋପନ ରକିବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦିଆ ଯାଇଥିଲା ।

Get real time updates directly on you device, subscribe now.