fbpx
BJD SKY
BJD SKY

(Video) ଜଗା ପ୍ରେମରେ ଜୁବନ୍ ନୌଟିଆଲ: ପୁରୀ ବେଳାଭୂମୀରେ ଗାଇଲେ କାଳିଆ ଭଜନ

BJD

ପୁରୀ: ବଲିଉଡ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ଜୁବିନ ନୌଟିଆଲ ଆଜି ପୁରୀକୁ ଆସି ଜଗାଦର୍ଶନ କରିଛନ୍ତି । ପୁରୀ ଧାମ ତାଙ୍କ ପାଇଁ ଆଉ ଏକ ଘର ବୋଲି କହିଛନ୍ତି ଜୁବିନ । ବଲିଉଡରେ ଅନେକ ସୁପରହିଟ ଗୀତ ଗାଇ ଦର୍ଶକଙ୍କ ମନ ଜିତି ପାରିଥିବା ବେଳେ ଆଜି ମହାପ୍ରଭୁଙ୍କ ପାଇଁ ଏକ ଓଡ଼ିଆ ଭଜନ ମଧ୍ୟ ଗାଇଛନ୍ତି ଜୁବିନ । ପୁରୀ ସମୁଦ୍ର ବେଳାଭୂମୀରେ ସୁନ୍ଦର ମୁହୂର୍ତ୍ତ ଉପଭୋଗ କରୁଥିବା ସମୟରେ ସେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଏହି ଭଜନ ଗାଇଛନ୍ତି । ଗୀତରେ ଗୀତରେ ସେ ମହାପ୍ରଭୁଙ୍କ ପାଖରେ ନିଜ ଭକ୍ତିଭାବକୁ ପହଞ୍ଚାଇବାରେ ସେ ସଫଳ ହୋଇଛନ୍ତି । ଶ୍ରୀଜଗନ୍ନାଥ ଧାମରେ ପହଞ୍ଚି ସେ ଖୁବ ଖୁସି ଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.