fbpx

Instagram ୟୁଜର୍ସଙ୍କ ପାଇଁ ଖୁସି ଖବର, ଖୁବଶିଘ୍ର ଆସୁଛି AI ଫିଚର, କରିବାକୁ ପଡିବନି ଟାଇପ୍‌

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମ ଏହାର ଲକ୍ଷ ଲକ୍ଷ ୟୁଜର୍ସଙ୍କ ପାଇଁ AI ଆଧାରିତ ଫିଚର ଆଣିବାକୁ ପ୍ରସ୍ତୁତ ହେଉଛି। ମେଟାର ଫଟୋ ଏବଂ ସର୍ଟ ଭିଡିଓ ସେୟାର୍ ସୋସିଆଲ୍ ମିଡିଆ ପ୍ଲାଟଫର୍ମର ଏହି ଫିଚର ଟେଷ୍ଟ ସମୟରେ ଦେଖିବାକୁ ମିଳିଛି। ଇନଷ୍ଟାଗ୍ରାମର ଏହି ଫିଚର ଉପଭୋକ୍ତାଙ୍କୁ ଫୋନରେ ଟାଇପ କରିବାରୁ ମୁକ୍ତ କରିପାରିବ। ଏହା ବ୍ୟତୀତ ଇନଷ୍ଟାଗ୍ରାମର ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଥ୍ରେଡ୍ସ ପାଇଁ ଅନେକ ନୂତନ ଫିଚର୍ସ ମଧ୍ୟ ପରୀକ୍ଷା କରାଯାଉଛି।

ଇନଷ୍ଟାଗ୍ରାମର ଏହି ଏଆଇ ଫିଚର ୟୁଜର୍ସଙ୍କୁ ସିଧାସଳଖ ମେସେଜ ଅର୍ଥାତ ଡିଏମରେ ପାରାଫ୍ରେଜ, ଷ୍ଟାଇଲ ଚେଞ୍ଜରେ ସାହାଯ୍ୟ କରିବ । ଇନଷ୍ଟାଗ୍ରାମରେ ଏହି ଫିଚରର ନାମ Writing With AI ରଖାଯାଇଛି । ଏହି ଫିଚରକୁ ଏକ ମୋବାଇଲ ଡେଭଲପର Alessandro Paluzzi ରେ ସର୍ବପ୍ରଥମେ ସ୍ପଟ କରାଯାଇଛି । ଅଲେସାଣ୍ଡ୍ରୋ ଏହି ଫିଚରର ସ୍କ୍ରିନସର୍ଟ ଏକ୍ସରେ ସେୟାର କରାଯାଇଛି ଏବଂ ଲେଖାଯାଇଛି ଯେ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବେସଡ ଏହି ଫିଚର ୟୁଜର୍ସଙ୍କୁ ନିଜ ମେସେଜକୁ ଭିନ୍ନ-ଭିନ୍ନ ଷ୍ଟାଇଲରେ ପାରାଫ୍ରେଜ କରିବାରର ସ୍ୱାଧୀନତା ଦେବ । ଏହି ଗୁଗୁଲର ମ୍ୟାଜିକ କମ୍ପୋଜ ପରି କାମ କରିଥାଏ ।

Instagram ରେ ଏହି ଏଆଇ ଫିଚର ବିଷୟରେ ଅଧିକ ସୂଚନା ରିଭିଲ କରାଯାଇନାହିଁ । ହେଲେ ଏତିକି ସ୍ପଷ୍ଟ ଯେ, ଏଆଇ ମାଧ୍ୟମରେ ମେସେଜକୁ ଜେନେରେଟ କରାଯାଇପାରିବ ନାହିଁ । ହେଲେ ଏହା ଏକ ମେସେଜ ଏଡିଟର ପରି କାମ କରିପାରିବ । ଏପରି କୁହାଯାଉଛି ଯେ, ମେଟାର ଏହି ଫିଚର କେବଳ ଆମେରିକା ୟୁଜର୍ସଙ୍କ ପାଇଁ ଅଣାଯାଇ ପାରେ ।

Get real time updates directly on you device, subscribe now.