fbpx
BSKY
BJD SHG SKY
BJD MC SKY

ଚାକିରୀ ଥୋପ ଦେଖାଇ ଅପହରଣ: ଅପହରଣକାରୀଙ୍କ କବଳରୁ ଅପହୃତ ଯୁବତୀଙ୍କୁ ଉଦ୍ଧାର କଲା ପୋଲିସ , ଜଣେ ଗିରଫ

ଭବାନୀପାଟଣା, (ଭାସ୍କର ନ୍ୟୁଜ): ଚାକିରୀ ପ୍ରଲୋଭନ ଦେଖାଇ ଆଦିବାସୀ ଯୁବତୀ ଅପହରଣ କରିନେଇ ବନ୍ଧକ ରଖିଥିବା ଆଦିବାସୀ ଯୁବତୀକୁ କଳାହାଣ୍ଡି ପୋଲିସ ଗଞ୍ଜାମରୁ ଉଦ୍ଧାର କରିବା ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ବିଭିନ୍ନ କମ୍ପାନୀ ନାମରେ କିଛି ଦୁର୍ବୁତ୍ତ ମୋବାଇଲ ଫୋନ୍‌ ଦ୍ୱାରା କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଞ୍ଚଳର ଯୁବତୀ ଓ ନାବାଳିକା ମାନଙ୍କୁ ଚାକିରୀ ଲୋଭ ଦେଖାଇ ଠକ କମ୍ପାନୀ ଖୋଲିଥିବା ଦୁର୍ବୁତ୍ତମାନେ ବିଶେଷ କରି ଦୁର୍ଗମ ଅଞ୍ଚଳର ଅଳ୍ପ ବୟସ୍କ ଆଦିବାସୀ ଝିଅ ମାନଙ୍କୁ ଟାର୍ଗେଟ କରିଆସୁଛନ୍ତି । ସେମାନଙ୍କ ଷଡଯନ୍ତ୍ରର ଶୀକାର ହେଉଥିବା ଝିଅମାନଙ୍କୁ ଡକାଇ ଅଜଣା ଅଞ୍ଚଳକୁ ନେଇଯାଉଛନ୍ତି । ସେଠାରେ ଝିଅ ମାନଙ୍କୁ ବନ୍ଧକ ରଖି ପରିବାର ନିକଟରୁ ମୋଟା ଅଙ୍କର ଅର୍ଥ ଦାବି କରୁଛନ୍ତି । ଟଙ୍କା ନଦେଲେ ତୁମ ଝିଅ ଏଠାରୁ ମୁକୁଳି ପାରିବ ନାହିଁ କହି ଧମକ ଦେଉଛନ୍ତି ।

ୟଏପରି ଅଭିଯୋଗ ଥୁଆମୂଳ ରାମପୁର ବ୍ଲକର କାଣୀଗୁମା ଗ୍ରାମ ପଞ୍ଚାୟତର ଟେଭାମହୁଲ ଗ୍ରାମର ଶୁକଲ ଦେଇ ମାଝୀ, ପୁୟୁ ମାଝୀଙ୍କ ୧୯ ବର୍ଷୀୟ ଝିଅକୁ ନିକଟସ୍ଥ ପୋଲିଙ୍ଗ ପଦର ଗ୍ରାମର ସୁବର୍ଣ୍ଣ (ଛଦ୍ମନାମ ସ୍ୱର୍ଣ୍ଣଲତା) ର ପରିଚୟ ଦେଇ ଫୋନ୍‌ରେ ଯୋଗାଯୋଗ କରି ଚାକିରୀ ଦେବାକୁ କହି ଯାଜପୁର ରୋଡ୍‌ ନେଇ ବନ୍ଧକ ରଖିଥିଲେ । ବାରମ୍ବାର ୩ ଟି ଫୋନ୍‌ ନମ୍ବର ୮ ୪ ୮ ୦ ୫ ୬ ୬ ୨ ୧ ୯ , ୮୨୮୦୫୩୨୨୫୪ ଓ ୯୬୯୨୧୦୭୧୨୩ ରୁ ଫୋନ୍‌ କରି ପୁୟୁ ମାଝୀଙ୍କ ଠାରୁ ୧୦ ହଜାର ଟଙ୍କା ଦାବୀ କରିବା ସହିତ ଟଙ୍କା ନଦେଲେ ଝିଅକୁ ମାରିଦେବୁ ବୋଲି ଧମକ ଦେଇଥିଲେ । ଏ ସଂପର୍କରେ ଥୁଆମୂଳ ରାମପୁର ଥାନା କେସ୍‌ ନଂ. ୭୭ ତାରିଖ ୧୩.୦୪.୨୦୨୨ ଅନୁଯାୟୀ ଏକ ମାମଲା ରୁଜ୍ଜୁ କରାଯିବା ସହିତ କଳାହାଣ୍ଡି ଏସ୍‌ପି ଡ. ଶ୍ରବଣ ବିବେକ ଏମ୍‌.ଙ୍କ ନିର୍ଦ୍ଦେଶକ୍ରମେ ଭବାନୀପାଟଣା ସଦର ଏସ୍‌ଡିପିଓ ସୁନାରାମ ହେମରମ୍‌ଙ୍କ ନେତୃତ୍ୱରେ ଥୁଆମୂଳ ରାମପୁର ଥାନାର ଏଏସ୍‌ଆଇ ରଶ୍ମିରଞ୍ଜନ ବାଗ, ହରପ୍ରିୟା ଧଙ୍ଗଡାମାଝୀ, ରାଦାକାନ୍ତ ମାଝୀ ଏବଂ ୯ତମ ବ୍ୟାଟାଲିୟନ୍‌ର ବିକାଶ ମାହାଲି, ଦୀପକ ବେହେରା ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ଗଞ୍ଜାମ ଜିଲ୍ଲାର ଧରାକୋଟ୍‌ ଥାନା ଅଞ୍ଚଳର ଜଗମୋହନ ଗ୍ରାମର ବିଜୟ କୁମାର ସାହୁଙ୍କ ପୁଅ ଗୋବିନ୍ଦ ଚନ୍ଦ୍ର ସାହୁ (୩୧)କୁ ଗିରଫ କରିବା ସହିତ ଉକ୍ତ ଯୁବତୀକୁ ଉଦ୍ଧାର କରିଥିଲେ । ପୋଲିସ ଗୋବିନ୍ଦ ଚନ୍ଦ୍ର ସାହୁକୁ ଗିରଫ କରି ଥୁଆମୂଳ ରାମପୁର ଆଣିବା ପରେ ଜେରାକରିଥିଲେ ଓ ପରେ ତାକୁ କୋର୍ଟ ଚାଲାଣ କରାଯାଇଛି । ଅନ୍ୟପକ୍ଷରେ ବନ୍ଧକ ଥିବା ଯୁବତୀକୁ ପୋଲିସ ତାର ବାପାକୁ ହସ୍ତାନ୍ତର କରିଥିବା ପ୍ରକାଶ ।

Get real time updates directly on you device, subscribe now.