fbpx

ପ୍ରେମରେ ପ୍ରତାରଣା: ଯୁବତୀକୁ ଅନ୍ତଃସତ୍ତ୍ୱା କରି ଯୁବକ ଫେରାର

ସାଲେପୁର, (ଭାସ୍କର ନ୍ୟୁଜ୍‌): ବିବାହର ପ୍ରତିଶୃତି ଦେଇ ଜନୈକା ଯୁବତୀ ସହ ଶାରିରୀକ ସଂପର୍କ ରଖି ଅନ୍ତସତ୍ତ୍ୱା କରି ଯୁବକ ଜଣକ ଫେରାର ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଛି ।

ଅଭିଯୋଗରୁ ପ୍ରକାଶ ସାଲେପୁର ଥାନା ଜପକୁଦ ଫାଣ୍ଡି ରାମେଶ୍ୱର ଗ୍ରାମର ଜଟାଧାରୀ ସାମଲଙ୍କ ୧୯ ବର୍ଷିଆ ଝିଅକୁ ସେହି ଗ୍ରାମର ଝରି ସାମଲଙ୍କ ପୁଅ ଅଶୋକ ସାମଲ ପ୍ରେମ ସଂପର୍କ ରଖିଥିଲା। ପରା ବିବାହର ପ୍ରଲୋଭନ ଦେଖାଇ ଯୁବତୀ ସହିତ ବାରମ୍ବାର ଶାରିରୀକ ସଂପର୍କ ରଖିଥିଲା । ପରେ ଯୁବତୀ ଜଣକ ଅନ୍ତଃସତ୍ତ୍ୱା ହୋଇ ଅଶୋକକୁ ବିବାହ କରିବାକୁ ଜିଦ କରିଥିଲା। ଏ ଘଟଣା ପ୍ରଘଟ ହେବା ପରେ ଯୁବକ ଜଣକ ଫେରାର ହୋଇଯାଇଛି। ପୀଡିତାଙ୍କ ଅଭିଯୋଗ ପରେ ପୋଲିସ ଯୁବକଙ୍କୁ ଧରିବା ପାଇର୍ ଚଢ଼ଉ ଜାରି ରଖିଥିବା ଜଣାପଡିଛି।

Get real time updates directly on you device, subscribe now.