fbpx

ରାଜ୍ୟ ସରକାରଙ୍କ ତରଫରୁ ପୁଣି ନିଯୁକ୍ତି ସୁଯୋଗ: ଖାଲି ହେଲା କନିଷ୍ଠ କିରାଣୀ, କନିଷ୍ଠ ଟାଇପିଷ୍ଟ ଓ ଷ୍ଟେନୋଗ୍ରାଫର ପଦ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ରାଜ୍ୟର ବିଭିନ୍ନ ଜିଲ୍ଲା ଜଜ୍ କାର୍ଯ୍ୟାଳୟ ତରଫରୁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପୁଣି ଆସିଛି ଏକ ବଡ଼ ସୁଯୋଗ । ଜୁନିୟର କ୍ଲର୍କ-କମ-କପିଇଷ୍ଟ, ଜୁନିୟର ଟାଇପିଷ୍ଟ, ଷ୍ଟେନୋଗ୍ରାଫର ଗ୍ରେଡ-୩ ଓ ଡ୍ରାଇଭର ପଦ ଖାଲି ଅଛି । ମୋଟ ୧୫ଟି ଖାଲି ପଦ ରହିଥିବା ବେଳେ ଜୁଲାଇ ୧୮ ଆବେଦନର ଶେଷ ତାରିଖ ରହିଛି । ଜଗତସିଂହପୁର ଜିଲ୍ଲା ଜଜ୍ ଅଫିସ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଜୁନିୟର କ୍ଲର୍କ-କମ-କପିଇଷ୍ଟ, ଜୁନିୟର ଟାଇପିଷ୍ଟ, ଷ୍ଟେନୋଗ୍ରାଫର ଗ୍ରେଡ-୩ ପଦ ପାଇଁ ପ୍ରାର୍ଥୀଙ୍କର ବୟସ ଗତ ମେ ମାସ ପହିଲା ସୁଦ୍ଧା ୧୮ରୁ ୩୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପାସ କରିବା ସହିତ କମ୍ପ୍ୟୁଟର ଆପ୍ଲିକେସନରେ ଡିପ୍ଲୋମା ପାସ୍ କରିଥିବେ । ସେହିପରି ଡ୍ରାଇଭର ପଦ ପାଇଁ ଗତ ମେ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୨୧ରୁ ୩୨ ମଧ୍ୟରେ ହୋଇଥିବା ଆବଶ୍ୟକ । ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ସ୍କୁଲ, ବୋର୍ଡ ବା ଶିକ୍ଷାନୁଷ୍ଠାନରୁ ଯୁକ୍ତଦୁଇ ପାସ କରିଥିବା ଆବଶ୍ୟକ । ବିଭିନ୍ନ ପର୍ଯ୍ୟାୟରେ ସମସ୍ତ ପଦ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ । ଏଥିରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କୁ ଭଲ ଭାବେ ପଢ଼ି ଆବେଦନ କରିପାରିବେ । ଉକ୍ତ ଲିଙ୍କରୁ ପ୍ରାର୍ଥୀମାନେ ଆପ୍ଲିକେସନ ଫର୍ମ ଡାଉନଲୋଡ୍ କରିପାରିବେ ।

ନୋଟିଫିକେସନ ଲିଙ୍କ: https://cdnbbsr.s3waas.gov.in/s3ec03f7cfdde9db36af8e0d9a6d123d5c/uploads/2024/06/2024061941.pdf

Get real time updates directly on you device, subscribe now.