IITରେ ଚାକିରି କରନ୍ତୁ: କନିଷ୍ଠ ସହାୟକ, ଡ୍ରାଇଭର, ଷ୍ଟାଫ ନର୍ସ ପଦ ଖାଲି, ଯୁକ୍ତଦୁଇ ଓ ଯୁକ୍ତତିନି ପ୍ରାର୍ଥୀ ଆବେଦନ କରିପାରିବେ
ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଢ଼ିଆ ଖବର । ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ପକ୍ଷରୁ ଏକ ବଢ଼ିଆ ନିଯୁକ୍ତି ସୁଯୋଗ ଆସିଛି । ପ୍ରାର୍ଥୀଙ୍କୁ ଜୁନିୟର ଆସିଷ୍ଟାଣ୍ଟ, ଡ୍ରାଇଭର, ଷ୍ଟାଫ୍ ନର୍ସ, ଫିଜିକାଲ ଟ୍ରେନିଂ ଇନଷ୍ଟ୍ରକଚର, ଲ୍ୟାବ ଆସିଷ୍ଟାଣ୍ଟ, ମେଡିକାଲ ଲ୍ୟାବ ଟେକ୍ନିସିଆନ, ଜୁନିୟର ଆକାଉଣ୍ଟସ ଅଫିସର, ଜୁନିୟର କାର୍ଯ୍ୟନିର୍ବାହୀ ଅଧିକ ପଦରେ ନିଯୁକ୍ତି ଦିଆଯିବ ।
ପ୍ରାର୍ଥୀମାନେ ମୋଟ ୧୩ ପ୍ରକାରର ଚାକିରି ପାଇଁ ଆବେଦନ କରିପାରିବେ । ପ୍ରତ୍ୟେକ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଓ ବୟସ ଯୋଗ୍ୟତା ଅଲଗା ଅଲଗା ରହିଛି । ମୋଟ ୧୫୩ଟି ପଦ ଖାଲି ରହିଥିବା ବେଳେ ତାହା ବିଭିନ୍ନ ବର୍ଗ ପାଇଁ ସଂରକ୍ଷିତ ରହିଛି । ଏହି ସମସ୍ତ ପଦ ପାଇଁ କେନ୍ଦ୍ର ସରକାରଙ୍କ ସଂରକ୍ଷିତ ନିୟମ କାର୍ଯ୍ୟକାରୀ ହେବ । ବୟସ ଯୋଗ୍ୟତା ଭାରତ ସରକାରଙ୍କ ନିୟମ ଅନୁସାରେ ଧାର୍ଯ୍ୟ ହେବ ।
କନିଷ୍ଠ କାର୍ଯ୍ୟନିର୍ବାହୀ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ସ୍ନାତକ, ଜୁନିୟର ଆକାଉଣ୍ଟସନ ଅଫିସର ପାଇଁ ବାଣିଜ୍ୟ ଡିଗ୍ରୀ, ଜୁନିୟର ଟେକ୍ନିକାଲ ସୁପରିଟେଣ୍ଡେଣ୍ଟ ପାଇଁ ଇଞ୍ଜିନିୟରିଂରେ ଡିଗ୍ରୀ / ଡିପ୍ଲୋମା, ମେଡିକାଲ ଲ୍ୟାବ ଟେକ୍ନିସିଆନ ପାଇଁ ଫିଜିଓଥେରାପିରେ ଡିଗ୍ରୀ, ଷ୍ଟାଫ ନର୍ସ ପାଇଁ ଯୁକ୍ତଦୁଇ ବା ସମତୁଲ୍ୟ, ଆସିଷ୍ଟାଣ୍ଟ ସୁରକ୍ଷା ଅଧିକାରୀ ଗ୍ରେଡ-୨ ଓ କନିଷ୍ଠ ସହାୟକ ପାଇଁ ଡିଗ୍ରୀ, ସୁରକ୍ଷା ଇନ୍ସପେକ୍ଟର ପାଇଁ ଯୁକ୍ତଦୁଇ, ଡ୍ରାଇଭର ଗ୍ରେଡ-୨ ପାଇଁ ଆଇଟିଆଇ / ଯୁକ୍ତଦୁଇ / ଡ୍ରାଇଭିଂ ଲାଇସେନ୍ସ ଜରୁରୀ ।
ଅନଲାଇନ୍ ଆବେଦନ ଲିଙ୍କ: https://erp.iitkgp.ac.in/CAREER/auth/careerOpening.htm
ନୋଟିଫିକେସନ ଲିଙ୍କ: https://www.iitkgp.ac.in/assets/pdf/ntp/20230606165326.pdf
ଅଫିସିଆଲ ୱେବସାଇଟ୍ ଲିଙ୍କ: https://iitkgp.ac.in/