fbpx

ଜୁନିୟର ଆଥଲେଟ୍‌ଙ୍କୁ ସିନିୟରଙ୍କ ନିର୍ଯାତନା ଅଭିଯୋଗ, ୩ ଗିରଫ କଲା ପୋଲିସ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଖେଳିବାକୁ ଆସିଥିବା ଜଣେ ଆଥଲେଟ୍‌ଙ୍କୁ ସିନିୟରମାନେ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ୩ଜଣଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ ରାଉକେଲାର ୨ ଜଣ ଓ ପୋଷ୍ଟାଲର ଜଣେ ସିନିଅର ଆଥଲେଟ ରହିଛନ୍ତି । ଗିରଫ ୩ଙ୍କ ମଧ୍ୟରୁ ୨ ଜଣ ସୂରଜ ଠାକୁର ଓ ଜଗନ୍ନାଥ ଦାସ ରାଉରକେଲା ଟିମ୍‌ରୁ ଭାଗ ନେଇଥିଲେ । ସେହିପରି ଅନ୍ୟ ଜଣେ ଅଭିଯୁକ୍ତ ଆଶିଷ ପାତ୍ର ପୋଷ୍ଟାଲ୍‌ ଟିମ୍‌ ପକ୍ଷରୁ ଭାଗ ନେଇଥିଲେ ।

ଭୁବନେଶ୍ୱରର ଏକ ଘରୋଇ ୟୁନିଭର୍ସିଟି ହଷ୍ଟେଲରେ ରାଉରକେଲାର ସଂପୃକ୍ତ ଜୁନିଅର ଆଥଲେଟ ଉତ୍ପୀଡ଼ନର ଶିକାର ହୋଇଥିବାର ଅଭିଯୋଗ ହୋଇଛି । ଏସମ୍ପର୍କରେ ସମ୍ପୃକ୍ତ ଜୁନିୟର ଆଥଲେଟ୍‌ ମାଙ୍କ ସହ ଆସି ଗତକାଲି ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ । ଏହାପରେ ସୋମବାର ସେମାନେ ଭୁବନେଶ୍ୱର ଡିସିପିଙ୍କୁ ଭେଟିଥିଲେ । ପରେ ସମସ୍ତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲିଣ କରିଥିବା ସୂଚନା ମିଳିଛି।

Get real time updates directly on you device, subscribe now.