fbpx

ଜୁନିୟର ବିଶ୍ୱକପ୍ ପାଇଁ ପ୍ରସ୍ତୁତ କଳିଙ୍ଗ ଷ୍ଟାଡିୟମ: ଭାରତକୁ ସମର୍ଥନ ଜଣାଇ ‘ଷ୍ଟ୍ର’ରେ ନିର୍ମାଣ କଲେ ହକି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆସନ୍ତା କାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଜୁନିୟର ହକି ବିଶ୍ୱକପ୍ । ଉଦଘାଟନୀ ମ୍ୟାଚରେ ବେଲଜିୟମ ଏବଂ ସାଉଥ ଆଫ୍ରିକା ପରସ୍ପରକୁ ଭେଟିବେ । ପ୍ରଥମ ଦିନର ଅନ୍ତିମ ମୁକାବିଲାରେ ଫ୍ରାନ୍ସକୁ ଭେଟିବ ଭାରତ । ସନ୍ଧ୍ୟା ୭.୩୦ରେ ଏହି ମୁକାବିଲା ଆରମ୍ଭ ହେବ । ଏହି ମ୍ୟାଚ ପୂର୍ବରୁ ଭାରତୀୟ ଦଳକୁ ସମର୍ଥନ କରି ଏକ ହକି ଷ୍ଟିକ ନିର୍ମାଣ କରିଛନ୍ତି ପ୍ରିୟଙ୍କା ସାହାଣୀ । ପ୍ରାୟ ୧୦୦୦ରୁ ଅଧିକ ଷ୍ଟ୍ର ବ୍ୟବହାର କରି ଏକ ୩ ଫୁଟର ହକି ଷ୍ଟିକ ନିର୍ମାଣ କରିଛନ୍ତି କଳାକାର ।

ଏହି ହକି ଷ୍ଟିକ ନିର୍ମାଣ କରିବା ପାଇଁ ପ୍ରାୟ ୫ ଘଣ୍ଟାର ସମୟ ଲାଗିଥିବା ବେଳେ ଏହି ଷ୍ଟିକ ନିର୍ମାଣରେ କୌଣସି କୃତ୍ରିମ ରଙ୍ଗ ବ୍ୟବହୃତ ହୋଇନାହିଁ । ଓଡ଼ିଶା ହକି ଖେଳର ହବ୍ ପାଲଟିଥିବା ବେଳେ ଓଡ଼ିଶା ଭାରତୀୟ ହକିର ପ୍ରୟୋଜକ ରହିଛି । ଭାରତୀୟ ଜୁନିୟର ଦଳକୁ ଉତ୍ସାହିତ କରିବା ପାଇଁ ଏହି ହକି ଷ୍ଟିକ ନିର୍ମାଣ କରାଯାଇଛି ବୋଲି କଳାକାର ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.