fbpx

ଜାଣନ୍ତୁ କିଏ ଏହି ସିମରନ ଖୋସଲା; ବିଶ୍ୱକପ ବିଜେତା ଭାରତୀୟ ଅଧିନାୟକଙ୍କୁ କରିଛନ୍ତି ବିବାହ

ନୂଆଦିଲ୍ଲୀ: ଇଣ୍ଟରନେଟରେ ବର୍ତ୍ତମାନ କିଛି ଫଟୋ ବେଶ ଭାଇରାଲ ହେବାରେ ଲାଗିଛି । ଏହି ସୁନ୍ଦରୀ ମହିଳା ଜଣଙ୍କ ହେଉଛନ୍ତି ସିମରନ ଖୋସଲା । ଭାରତୀୟ ବିଶ୍ୱକପ ବିଜେତା ଅଧିନାୟକଙ୍କୁ ବିବାହ କରି ସିମରନ ବେଶ ଚର୍ଚ୍ଚାରେ ରହିଛନ୍ତି । ୧୯ ବର୍ଷରୁ କମ ଭାରତୀୟ ବିଶ୍ୱକପ ବିଜେତା ଦଳର ଅଧିନାୟକ ଉନ୍ମୁକ୍ତ ଚାନ୍ଦଙ୍କୁ ବିବାହ କରିବା ପରେ ଚର୍ଚ୍ଚାରେ ରହିଛନ୍ତି ସିମରନ୍ । ରବିବାର ଦିନ ନିଜର ଲଙ୍ଗ ଟାଇମ ଗର୍ଲଫ୍ରେଣ୍ଡ ସିମରନଙ୍କୁ ବିବାହ କରିଥିଲେ ଉନ୍ମୁକ୍ତ । ତେବେ ସିମରନ ଜଣେ ନ୍ୟୁଟ୍ରିସନ ଓ ଫିଟନେସ କୋଚ ଅଛନ୍ତି ।

ବଟ୍ଟଲାଇକଆନଆପ୍ରିକଟ୍ ନାମରେ ସିମରନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ରହିଛି । ଏହି ଆକାଉଣ୍ଟରେ ସିମରନ ନିଜର ୱାର୍କଆଉଟ ସମୟର ହଟ ଫଟୋ ଗୁଡିକ ପୋଷ୍ଟ କରିଛନ୍ତି । ଇନଷ୍ଟାଗ୍ରାମରେ ସିମରନଙ୍କୁ ପ୍ରାୟ ୭୨ ହଜାର ଲୋକ ଫଲୋ କରନ୍ତି । ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଟନେସ ପୋଷ୍ଟ କରୁଥିବା ସିମରନଙ୍କୁ ୨୦୧୯ରେ ଆନ୍ତର୍ଜାତୀୟ ଫିଟନେସ ପୁରସ୍କାର ମଧ୍ୟ ମିଳିସାରିଛି । ମାତ୍ର ୨୮ ବର୍ଷ ବୟସରେ ଉନ୍ମୁକ୍ତ ଚାନ୍ଦ କ୍ରିକେଟକୁ ଅଲବିଦା ଜଣାଇବା ସହିତ ପ୍ରଫେସନାଲ କ୍ରିକେଟ ଖେଳିଥିଲେ । ଆମେରିକାରେ କ୍ରିକେଟ ଖେଳିବା ସହିତ ପ୍ରଥମ ଭାରତୀୟ ଭାବରେ ବିଗବାସ୍ ଖେଳିବାକୁ ଯାଉଛନ୍ତି । ମେଲବର୍ଣ୍ଣ ରେନେଗ୍ରେଡସ ପକ୍ଷରୁ ଉନ୍ମୁକ୍ତଙ୍କୁ ସାଇନ କରାଯାଇଛି ।

Get real time updates directly on you device, subscribe now.