fbpx

ମାର୍ଗି ହେବାକୁ ଯାଉଛନ୍ତି ବୃହସ୍ପତି ଗ୍ରହ: ଏହି ୩ ରାଶି ଉପରେ ପଡିବ ପ୍ରଭାବ ଜାଣନ୍ତୁ ଆପଣଙ୍କ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟୋକ ଗ୍ରହ ଏକ ନିର୍ଦ୍ଧିିଷ୍ଟ ସମୟରେ ସେମାନଙ୍କ ରାଶି ଓ ଗତି ପରିବର୍ତ୍ତନ କରିଥାନ୍ତି । ଯାହାଫଳରେ ଏହା ପ୍ରତ୍ୟେ ବ୍ୟକ୍ତି ଉପରେ କିଛି ନା କିଛି ପ୍ରଭାବ ପକାଇଥାଏ । କାହା ଉପରେ ଏହା ଭଲ ପ୍ରଭାବ ପକାଇଥାଏ ତ କାହା ଉପରେ ଏହା ଖରାପ ପ୍ରଭାବ ପକାଇଥାଏ । ତେବେ ପୂର୍ବରୁ କିଛି ଗ୍ରହ ସେମାନଙ୍କ ରାଶି ଓ ଗତି ପରିବର୍ତ୍ତନ କରିଥିବା ବେଳେ ବର୍ତ୍ତମାନ ଗେବଗୁରୁ ବୃହସ୍ପତି ମାର୍ଗି ହେବାକୁ ଯାଉଛନ୍ତି । ସେ ୨୪ ସେପ୍ଟେମ୍ବରେ ମାର୍ଗି ହେବାରୁ ପଞ୍ଚମହାପୁରୁଷ ଯୋଗ ସୃଷ୍ଟି ହେଉଛି । ଯହାକି ମୋଟ ୧୨ ରାଶି ଉପରେ ପ୍ରଭାବ ପକାଇବ । ତେବେ ଖାସ କରି ଏହା ୩ ରାଶି ଉପରେ ଅଦିକ ପ୍ରଭାବ ପକାଇବ । ଫଳରେ ଏହି ରାଶିର ବ୍ୟକ୍ତିମାନଙ୍କୁ ଧନ ପ୍ରାପ୍ତିର ଯୋଗ ରହିବା ସହ କ୍ୟାରିୟରରେ ସଫଳତା ମିଲିବାର ସୁଯୋଗ ସୃଷ୍ଟି ହେବାକୁ ଯାଉଛି । ବର୍ତ୍ତମାନ ଆସନ୍ତୁ ଜାଣିବା ବ ଏହି ଭାଗ୍ୟଶାଳୀ ରାଶିଙ୍କ ବିଷୟରେ ।

କର୍କଟ: ଗୁରୁ ବୃହସ୍ପତି ମାର୍ଗି ହେବା ଦ୍ୱାରା ଏହା କର୍କଟ ରାଶିର ବ୍ୟକ୍ତିମାନଙ୍କ ଉପରେ ପ୍ରଭାବ ପକାଇବ । ଫଳରେ ଏହି ରାଶିର ବ୍ୟକ୍ତିମାନଙ୍କୁ କ୍ୟାରିୟରରେ ସଫଳତା ମିଳିବା ସହ ବେପାର ବାଣିଜ୍ୟରେ ମଧ୍ୟ ଉନ୍ନତୀ ହେବ । ଏତତ୍ ବ୍ୟତୀତ ବିଦ୍ୟାର୍ଥଙ୍କ ପାଇଁ ମଧ୍ୟ ଏହି ମାର୍ଗ ଅନେକ ଶୁଭ ଫଳ ପ୍ରଦାନ କରିବ ।

ମିଥୁନ: ବୃହସ୍ପତି ମାର୍ଗି ହେବା ଦ୍ୱାରା ଏହି ରାଶିର ବ୍ୟକ୍ତିମାନଙ୍କ କ୍ୟାରିୟର ଏବଂ ଚାକିରି କ୍ଷେତ୍ରରେ ଉନ୍ନତି ହେବାର ସୁଯୋଗ ଅଛି । ତେବେ ଯେଉଁ ବ୍ୟକ୍ତିମାନେ ପୂର୍ବରୁ ଚାକିରି କରୁଛନ୍ତି ସେମାନଙ୍କ ଗରମା ବୃଦ୍ଧି ସହ ନୂଆ ଦାଇତ୍ୱ ମିଳିବାର ମଧ୍ୟ ଯୋଗ ରହିଛି । ଏତତ୍ ବ୍ୟତୀତ ଏହି ରାଶିର ବ୍ୟକ୍ତିମାନେ ବେପାର ବାଣିଜ୍ୟରେ ମଧ୍ୟ ଉନ୍ନତି କରିବେ ।

ବୃଷ: ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ବୃହସ୍ପତି ମାର୍ଗି ଅନେକ ଶୁଭ ଫଳ ପ୍ରଦାନ କରିବ । ରୋଜଗାରାର ବିଭିନ୍ନ ମାର୍ଗ ଖୋଲିବା ସହ ଯାନ ବାହାନ କିମ୍ବା ସମ୍ପତ୍ତି କିଣିବାର ଯୋଗ ରହିଛି । ଏଥିସହିତ ଏହି ରାଶିର ବ୍ୟକ୍ତିମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.