fbpx

ଶେଷ ପର୍ଯ୍ୟନ୍ତ ଲଢିଲେ ସଞ୍ଜୁ ସାମସନ: କିନ୍ତୁ ଦଳକୁ ବିଜୟ ଭେଟି ଦେବାରେ ମିଳିଲାନି ସଫଳତା

Advertisement

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ପରାଜୟ ବରଣ କରିଛି ଟିମ ଇଣ୍ଡିଆ । ସାଉଥ ଆଫ୍ରିକାର ୨୫୦ ରନର ଲକ୍ଷ୍ୟକୁ ପୂରଣ କରିବାରେ ଫେଲ ମାରିଛି ଶିଖର ସେନା । ଅଧିକାଂଶ ଖେଳାଳି ଏହି ମ୍ୟାଚରେ ଫ୍ଲପ ସାବ୍ୟସ୍ତ ହୋଇଥିବା ବେଳେ ସଞ୍ଜୁ ସାମସନ ଶେଷ ପର୍ଯ୍ୟନ୍ତ ଏକାକୀ ଲଢି ଚାଲିଥିଲେ । କିନ୍ତୁ ଦଳକୁ ବିଜୟ କରିବାରେ ସେ ସଫଳତା ପାଇ ନାହାନ୍ତି । ଫଳରେ ଦିନିକିଆ ସିରିଜକୁ ୧-୦ରେ ଅଗ୍ରଣୀ ହାସଲ କରିଛି ଦକ୍ଷିଣ ଆଫ୍ରିକା ।

ବର୍ଷା ଯୋଗୁଁ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ୪୦-୪୦ ଓଭର ଖେଳାଯାଇଥିଲା । ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଶିଖର ଧୱନ । ତେବେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ଭାରତ ଆଗରେ ରଖିଥିଲା ୨୫୦ ରନର ଲକ୍ଷ୍ୟ । କିନ୍ତୁ ଭାରତ ଏହି ଛୋଟ ଳକ୍ଷ୍ୟକୁ ହାସଲ କରିବାରେ ବିଫଳ ହୋଇଛି । ତେମେ ଦଳ ମ୍ୟାଚ ହାରିଥିଲେ ବି ମନ ଜିତି ନେଇଛନ୍ତି ସଞ୍ଜୁ ସାମସନ । ଶେଷ ପର୍ଯ୍ୟନ୍ତ ଖେଳି ୮୬ ରନ କରିଥିଲେ ସଞ୍ଜୁ । କିନ୍ତୁ ତାଙ୍କର ଏହି ମହତ୍ତ୍ୱପୂର୍ଣ୍ଣ ପାଳି ମଧ୍ୟ ଦଳକୁ ବିଜୟୀ କରାଇ ପାରିଲା ନାହିଁ । ଶେଷ ଓଭରରେ ଦଳକୁ ୩୦ ରନର ଆବଶ୍ୟକତା ଥିବା ବେଳେ ସଞ୍ଜୁ କେବଳ ୨୦ ରନ ହିଁ ସଂଗ୍ରହ କରିପାରିଲେ ।

ଫଳରେ ବିଜୟଠୁ ମାତ୍ର ୯ ରନ ପଛରେ ରହିଗଲା ଟିମ ଇଣ୍ଡିଆ । କିନ୍ତୁ ୬୩ ବଲରୁ ୮୬ ରନର ପାଳି ଖେଳି କ୍ରିକେଟପ୍ରେମୀଙ୍କ ମନ କିଣି ନେଇଛନ୍ତି ସଞ୍ଜୁ ସାମସନ । ଏହି ପାଳିରେ ସେ ୯ଟି ଚୌକା ଏବଂ ୩ଟି ଛକା ଲଗାଇଥିଲେ । ସଞ୍ଜୁଙ୍କ ବ୍ୟତୀତ ଶ୍ରେୟସ ଆୟର ମଧ୍ୟ ଏକ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । କିନ୍ତୁ ଅନ୍ୟ ଖେଳାଳିମାନଙ୍କ ସାଥ ନ ମିଳିବାରୁ ଏହି ମ୍ୟାଚକୁ ହାତଛଡା କରିଛଇ ମେନ ଇନ ବ୍ଲୁ ।

Get real time updates directly on you device, subscribe now.