fbpx
BJD SKY
BJD SKY

ଆଉ ମାତ୍ର ୯୦ ମିନିଟର ଅପେକ୍ଷା, ଜହ୍ନ ରାଇଜରେ ପାଦ ଥାପିବ ଭାରତ

BJD

ଓଡିଶା ଭାସ୍କର; ଆଉ ମାତ୍ର ୯୦ ମିନିଟର ସମୟର ଅପେକ୍ଷା, ଏହା ପରେ ଜହ୍ନ ରାଇଜରେ ପାଦ ଥାପିବ ଭାରତ । ସମୟ ଯେତିକି ଯେତିକି ପାଖେଇ ପାଖେଇ ଆସୁଛି ପ୍ରସ୍ତୁତି ବି ସେତିକି ସେତିକି ବଢ଼ି ବଢ଼ି ଚାଲିଛି । ସାରା ଦେଶବାସୀ ଏବେ ସେହି ଐତିହାସିକ ମୁହୂର୍ତ୍ତକୁ ଅପେକ୍ଷା କରି ବସିଛନ୍ତି । କହିବାକୁ ଗଲେ ଆଉ ମାତ୍ର କିଛି ସମୟ ପରେ ସାରା ବିଶ୍ୱରେ ଇତିହାସ ରଚିବ ଭାରତ ।

ସଂଧ୍ୟା ୬ଟା ୪ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ‘ଚନ୍ଦ୍ରଯାନ-୩’ର ବିକ୍ରମ ଲ୍ୟାଣ୍ଡ୍‌ର ଅବତରଣ କରିବ । ଯଦି ବିକ୍ରମ ଲ୍ୟାଣ୍ଡ୍‌ର ମୃଦୁ ଅବତରଣରେ ସଫଳ ହୁଏ ତାହେଲେ ୬ ଚକା ବିଶିଷ୍ଟ ପ୍ରଜ୍ଞାନ ରୋବର୍‌ ବାହାରକୁ ଆସିଯିବ ଓ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ରୁ ସୂଚନା ପାଇଁ ଚନ୍ଦ୍ର ଆଡ଼େ ଯାତ୍ରା କରିବ । ଏହା ୫୦୦ ମିଟର ପର୍ୟ୍ୟନ୍ତ ଗତି କରିବା ପରେ ସେଠାରେ ପାଣି ଓ ବାତାବରଣ ସଂପର୍କରେ ସୂଚନା ପ୍ରଦାନ କରିବ ।

ଇସ୍ରୋର ସୂଚନା ମୁତାବକ, ଲ୍ୟାଣ୍ଡିଂ ପୂର୍ବରୁ ଏହାର ଅବଗଣନା ଆରମ୍ଭ ହୋଇଯାଇଛି । ସମସ୍ତ ପ୍ରଣାଳୀ ଠିକ୍ ଭାବେ କାର୍ଯ୍ୟ କରୁଛି ଏବଂ କୌଣସି ଆକସ୍ମିକ ପରିସ୍ଥିତି ଦେଖା ଦେବାର ସମ୍ଭାବନା ନାହିଁ । ଚନ୍ଦ୍ରଯାନ-୩ର ସ୍ଥିତି ଉପରେ ଲଗାତାର ନଜର ରଖାଯାଇଛି ।

ଏଠାରେ କହି ରଖୁଛୁ ଯେ, ଚନ୍ଦ୍ରଯାନ-୩ର ସଫ୍ଟ ଲ୍ୟାଣ୍ଡିଂର ପ୍ରକ୍ରିୟାକୁ ସିଧାପ୍ରସାରଣ ମାଧ୍ୟମରେ ଦେଖିହେବ। ଇସ୍ରୋର ୟୁଟ୍ୟୁବ୍‌ ଚ୍ୟାନେଲ୍‌, ଫେସ୍‌ବୁକ ପେଜ୍‌, ଏହା ସହ ୱେବ୍‌ସାଇଟ ଏବଂ ଡିଡି ନ୍ୟାସନାଲ ଟିଭି ମାଧ୍ୟମରେ ଏହାର ଲାଇଭ୍‌ ଟେଲିକାଷ୍ଟ କରାଯିବ। ଆଜି ଅପରାହ୍ନ ୭ଟା ୨୭ରୁ ସିଧାପ୍ରସାରଣ ଆରମ୍ଭ ହେବ। ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ କରିବ ବୋଲି ଆଶା ରଖାଯାଇଛି । ଲ୍ୟାଣ୍ଡର ଅବତରଣ କରିବା ପରେ ସେଥିରୁ ପ୍ରଜ୍ଞାନ ରୋଭର ବାହାରି ଯାଇ ଚନ୍ଦ୍ରପୃଷ୍ଠର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରି ସୂଚନା ପଠାଇବ । ଏହା ୧୪ ଦିନ ପର୍ଯ୍ୟନ୍ତ କାମ କରିବ । ଏପଟେ ପ୍ରପଲସନ ମଡ୍ୟୁଲ ବର୍ଷ ବର୍ଷ ଧରି ସୌରମଣ୍ଡଳ ବାହାରେ ଥିବା ଗ୍ରହ ସମ୍ପର୍କରେ ତଥ୍ୟ ପଠାଇବ । ଯାହାକୁ ଆଧାର କରି ସେଠାକାର ସ୍ଥିତି ବସବାସ ଉପଯୁକ୍ତ କି ନୁହେଁ ବୈଜ୍ଞାନିକମାନେ ଗବେଷଣା କରିବେ ।

Get real time updates directly on you device, subscribe now.