fbpx

Army MES Recruitment 2023 Notification: ୪୧,୮୨୨ ପଦବୀ ପାଇଁ କରନ୍ତୁ ଆବେଦନ, ଜାଣନ୍ତୁ କଣ ଆବଶ୍ୟକ ଯୋଗ୍ୟତା

ନୂଆଦିଲ୍ଲୀ: ସରକାରୀ ଚାକିରି ତଥା ସେନାରେ ଚାକିରି କରି ଦେଶର ସେବା କରିବାକୁ ଚାହୁଁଥିବା ଆଶାୟୀ ମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଖୁବଶୀଘ୍ର ଭାରତୀୟ ସେନାରେ ୪୧,୮୨୨ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଆରମ୍ଭ ହେବାକୁ ଯାଉଛି । ମିଲିଟାରୀ ଇଞ୍ଜିନିୟର ସର୍ଭିସ୍‌(ଏମ୍‌ଇଏସ୍‌) ବହୁତ କମ୍ ଦିନ ଭିତରେ ୪୧,୮୨୨ ପଦବୀରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛି । ରିପୋର୍ଟ ଅନୁଯାୟୀ ଖୁବଶୀଘ୍ର ଅଫିସିଆଲ ୱେବସାଇଟ୍‌ରେ ଏହି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପଇବ । ଏଥିରେ ଆବେଦନ ତାରିଖ ଠାରୁ ଆରମ୍ଭ କରି ବାକି ସମସ୍ତ ତଥ୍ୟ ଉପଲବ୍ଧ ହେବ ।

ଏହି ନିଯୁକ୍ତି ପ୍ରକ୍ରିୟାରେ ସୁପରଭାଇଜର, ବିଭିନ୍ନ ନକ୍ସା ପ୍ରସ୍ତୁତକାରୀ, ଷ୍ଟୋର୍ କିପର ଏବଂ ଅନ୍ୟାନ୍ୟ । ବିଭିନ୍ନ ବିଭାଗ ଅନୁଯାୟୀ ପୁରଣ ହେବାକୁ ଥିବା ପଦବୀ ଗୁଡ଼ିକ ହେଉଛି, ଆର୍କିଟେକ୍ କ୍ୟାଡର(ଗ୍ରୁପ୍ ଏ)-୪୪, ବାରାକ୍ ଏବଂ ଷ୍ଟୋର୍ ଅଫିସର୍‌-୧୨୦, ସୁପରଭାଇଜର(ବାରାକ ଏବଂ ଷ୍ଟୋର୍‌) ୫୩୪, ଯୋଜନା ପ୍ରସ୍ତୁତକାରୀ-୯୪୪, ଷ୍ଟୋର୍‌କିପର-୧,୦୨୬, ଏମ୍‌ଟିଏସ୍‌-୧୧,୩୧୬, ସହଯୋଗୀ-୨୭,୯୨୦ ।

ପ୍ରକାଶ ପାଇଥିବା ସର୍ଟ ନୋଟିସ୍ ଅନୁଯାୟୀ ଏହି ନିଯୁକ୍ତି ପ୍ରକ୍ରିୟା ୟୁପିଏସ୍‌ସି କିମ୍ବା ଏସ୍‌ଏସ୍‌ସି ପରିଚାଳନା କରିବେ । ପ୍ରାର୍ଥୀଙ୍କ ଚୟନ କିପର କରାଯିବ, ତାହା ପରିଚାଳନା କରୁଥିବା ଅନୁଷ୍ଠାନ ଏବଂ ସେନାର ବରିଷ୍ଠ ଅଧିକାରୀ ନିଷ୍ପତି ନେବେ । ତେବେ ଆଶା କରାଯାଉଛି, ଦଶମ/ଦ୍ୱାଦଶ ଏବଂ କିଛି ପଦବୀ ପାଇଁ ଅଧିକ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ ହୋଇପାରେ । ଆଶାୟୀମାନେ ବିଭିନ୍ନ ପର୍ଯ୍ୟାୟ ପରୀକ୍ଷା ଦେଇ ଆଗକୁ ଯିବା ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ । ଡକ୍ୟୁମେଣ୍ଟ ଭେରିଫିକେସନ୍‌, ଲିଖୀତ ପରୀକ୍ଷା, ମେଡିକାଲ ଚେକ୍‌ଅପ୍ ଏବଂ ବ୍ୟକ୍ତିଗତ ସାକ୍ଷାତକାର ଭଳି ପରୀକ୍ଷାର ସାମ୍ନା କରିବାକୁ ପଡ଼ିପାରେ ।

Get real time updates directly on you device, subscribe now.