fbpx

ମାତ୍ର ୩ ବର୍ଷ ବୟସରେ ଏସିଡ୍ ଆଟାକ୍ ରେ ଚାଲିଗଲା ଦୃଷ୍ଟିଶକ୍ତି, ଏବେ ସିବିଏସ୍ଇ ଟପ୍ପର

ନୂଆଦିଲ୍ଲୀ : ସିବିଏସ୍ଇ ଦଶମ ଫଳାଫଳ ବାହାରି ସାରିିଛି । ଚଣ୍ଡିଗଡ଼ ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ଲାଇଣ୍ଡର ଜଣେ ଛାତ୍ରୀ ୯୫ ପ୍ରତିଶତ ମାର୍କ ରଖି ଚର୍ଚ୍ଚାକୁ ଆସିଛନ୍ତି । ଚର୍ଚ୍ଚା ଏଥିପାଇଁ ସେ ଜଣେ ଏସିଡ୍ ପୀଡିତା । ମାତ୍ର ୩ ବର୍ଷ ବୟସରେ ସେ ଏସିଡ୍ ଆକ୍ରମଣର ଶିକାର ହୋଇଥିଲେ । ଆଖି ବି ହରାଇଲେ । କିନ୍ତୁ ହାରି ନଥିଲା ମନୋବଳ ଏବଂ ଜଳି ନଥିଲା ସ୍ୱପ୍ନ । ୧୫ ବର୍ଷୀୟ ଛାତ୍ରୀ କାଫି ଚଳିତ ସିବିଏସ୍ଇ ଦଶମ ପରୀକ୍ଷାରେ ୯୫.୨୦ ପ୍ରତିଶତ ମାର୍କ ରଖ ଟପ୍ପର ହୋଇଛନ୍ତି । ଏହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି ।

ମାତ୍ର ତିନି ବର୍ଷ ବୟସରେ କାଫି ଏସିଡ୍ ଆକ୍ରମଣରେ ଶିକାର ହେବା ପରେ ପିତା ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଯେଉଁଠାରେ ଡାକ୍ତରମାନେ ପରିବାର ଲୋକଙ୍କୁ କହିଥିଲେ ଯେ କଫି ତାଙ୍କ ଜୀବନସାରା କେବେବି ଦେଖି ପାରିବ ନାହିଁ। ଡାକ୍ତରମାନେ କଫିଙ୍କ ଜୀବନ ରକ୍ଷା କରିବାରେ ସଫଳ ହୋଇଥିଲେ, କିନ୍ତୁ ଏସିଡ୍ ଦ୍ୱାରା ତାଙ୍କ ମୁହଁ ଏବଂ ହାତ ଗୁରୁତର ଭାବରେ ଜଳି ଯାଇଥିବାରୁ ସେମାନେ ତାଙ୍କ ଦୃଷ୍ଟି ଶକ୍ତି ରକ୍ଷା କରିପାରି ନଥିଲେ।

ଓକିଲାତି କରୁଥିବା କାଫିଙ୍କ ପିତା ଝିଅକୁ ନ୍ୟାୟ ଦେବାରେ ସଫଳ ହୋଇଥିଲେ ସତ କିନ୍ତୁ ଏବେ ବି ଅଭିଯୁକ୍ତ ଖୋଲାରେ ବୁଲୁଛି । ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ ହେବା ପରେ ଆକ୍ରମଣକାରୀ ବର୍ତ୍ତମାନ ଦଣ୍ଡ ମୁକ୍ତ ଭାବରେ ବୁଲୁଛିି ଯାହା କାଫିଙ୍କ ପରିବାରକୁ ଚିନ୍ତାରେ ପକାଇଛି।
ଭବିଷ୍ୟତରେ କାଫି ଜଣେ ଆଇଏଏସ୍ ଅଧିକାରୀ ହେବାକୁ ଚାହଁନ୍ତି । ମାତ୍ର ୩ ବର୍ଷ ବୟସରେ ଏସିଡ୍ ତାଙ୍କ ମୁହଁ ଓ ହାତ ଜାଳିଥିଲା ସତ କିନ୍ତୁ ତାଙ୍କ ଦୃଢ ଇଚ୍ଛା ଶକ୍ତି ଏବଂ ସ୍ୱପ୍ନକୁ ଜାଳି ପାରିନଥିଲା । ଆଇଏଏସ୍ ଅଧିକାରୀ ତାଙ୍କ ପରିବାରକୁ ସମ୍ମାନ ଆଣିବାକୁ ଇଚ୍ଛା କରନ୍ତି । ପିତା ପୱନ ଝିଅ ଠାରୁ ଅନେକ ଆଶବାଦୀ ଅଛନ୍ତି ।

Get real time updates directly on you device, subscribe now.