fbpx

ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାପରତି ଭାବେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଶପଥ ଗ୍ରହଣ କରିଛନ୍ତି । ଜଷ୍ଟିସ ଚକ୍ରଧାରୀଙ୍କୁ ରାଜ୍ୟପାଳ ରଘୁବର ଦାସ ଶପଥ ପାଠ କରାଇଛନ୍ତି । ଜଷ୍ଟିସ ଚକ୍ରଧାରୀ ପୂର୍ବରୁ ପାଟନା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିଥିଲେ । ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଏଲଏଲବି ଡିଗ୍ରୀ ହାସଲ କରିଥିଲେ ।

ଜଷ୍ଟିସ ଚକ୍ରଧାରୀ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାପତି ଭାବେ ନିଯୁକ୍ତି ପାଇବା ନେଇ ଗତ ୨ ତାରିଖରେ କେନ୍ଦ୍ର ସରକାରଙ୍କ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । କେନ୍ଦ୍ର ସରକାରଙ୍କ ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିଶ ପରେ ଜଷ୍ଟିସ ଚକ୍ରଧାରୀଙ୍କୁ ନୂଆ ସ୍ଥାନରେ ନିଯୁକ୍ତି ଦିଆଯାଇଥିଲା । ୧୯୬୩ ମସିହା ଜାନୁଆରୀ ମାସ ୨୦ ତାରିଖରେ ସେ ଜନ୍ମଗ୍ରହଣ କରିଥିବା ବେଳେ ୧୯୯୦ ମସିହାରେ ସେ ପାଟନା ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ । ସେ ଅତିରିକ୍ତ ଆଡଭୋକେଟ ଜେନେରାଲ ଭାବେ ବିହାର ସରକାରଙ୍କ ଅଧିନରେ ୨୨ ବର୍ଷ ଧରି କାର୍ଯ୍ୟ କରିଥିଲେ । ସେ ଆସନ୍ତା ବର୍ଷ ଜାନୁଆରୀ ମାସରେ ଅବସର ଗ୍ରହଣ କରିବେ ।

ଗତବର୍ଷ ଅକ୍ଟୋବର ମାସ ୩ ତାରିଖରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଶୁବାଶିଷ ତାଳପତ୍ରଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଥିଲା । ତା’ପରଠାରୁ ବରିଷ୍ଠ ବିଚାପରତି ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ କାର୍ଯ୍ୟକାରୀ ବିଚାରପତି ଭାବେ ଦାୟିତ୍ୱ ତୁଲାଉଛନ୍ତି । ଜଷ୍ଟିସ ତାଳପତ୍ର ୨୦୨୨ ମସିହା ଜୁନ ୧୦ ଠାରୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାପରତି ପଦରେ ରହିଥିଲେ । ସେ ତ୍ରିପୁରା ହାଇକୋର୍ଟରୁ ବଦଳି ହୋଇ ଓଡ଼ିଶା ହାଇକୋର୍ଟକୁ ଆସିଥିଲେ ।

Get real time updates directly on you device, subscribe now.