fbpx

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି: ୩୨୨ ଜଣଙ୍କୁ ଦିଆଯିବ ନିଯୁକ୍ତି, ଦରମା ୫୫ ହଜାର ଉପରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କିଛି ପଦ ପୂରଣ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ କାର୍ୟ୍ୟାଳୟ (ସିଡିଏମପିଏଚଓ), ବରଗଡ଼ ପକ୍ଷରୁ ଏହି ନିଯୁକ୍ତି ସୁଯୋଗ ଆସିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେନକୁ ଭଲ ଭାବେ ପଢ଼ି ଆବେଦନ କରିବାକୁ ଅନୁରୋଧ ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ ଓଡ଼ିଶା ମେଡିକାଲ ଓ ସ୍ୱାସ୍ଥ୍ୟ ସେବା କ୍ୟାଡରରେ ମେଡିକାଲ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ । ପ୍ରାର୍ଥୀଙ୍କର ସର୍ବାଧିକ ବୟସ ସୀମା ୬୮ ବର୍ଷ ରହିଛି । ଆସିଷ୍ଟାଣ୍ଟ ସର୍ଜନଙ୍କ ପାଇଁ ଦରମା ୫୫ ହଜାର ରହିଥିବା ବେଳେ ସ୍ପେଶାଲିଷ୍ଟଙ୍କ ପାଇଁ ୬୦ ହଜାର ଟଙ୍କା ରହିଛି । ସିଡିଏମପିଏଚଓ, ବରଗଡ଼ ଠାରେ ପ୍ରତି ମାସ ପହିଲାରୁ ୧୫ ତାରିଖ ପର୍ୟ୍ୟନ୍ତ ସାକ୍ଷାତକାର / କାଉନସେଲି କରାଯିବ ।

ପ୍ରାର୍ଥୀଙ୍କୁ ନିଜର ସମସ୍ତ ପ୍ରମାଣପତ୍ର ଓ ଡକ୍ୟୁମେଣ୍ଟର ଗୋଟିଏ ଲେଖାଏଁ ସେଟ୍ ଜେରକ୍ସ କପି ଦାଖଲ କରିବାକୁ ପଡ଼ିବ । ଯୁକ୍ତଦୁଇ ସାର୍ଟିଫିକେଟ, ଏମବିବିଏସ ସାର୍ଟିଫିକେଟ, ପୋଷ୍ଟ ଗ୍ରାଜୁଏସନ ସାର୍ଟିଫିକେଟ, ମାଟ୍ରିକ୍ ସାର୍ଟିଫିକେଟ, ପରିଚୟ ପତ୍ରର ପ୍ରମାଣ, ମେଡିକାଲ ରେଜିଷ୍ଟ୍ରେସନ ସାର୍ଟିଫିକେଟ, ପାସପୋର୍ଟ ସାଇଜ୍ ଫଟୋଗ୍ରାଫ ଆଦି ସାକ୍ଷାତକାର ସମୟରେ ଯାଞ୍ଚ କରାଯିବ । ପ୍ରାର୍ଥୀମାନେ ନିମ୍ନୋକ୍ତ ଲିଙ୍କକୁ ଯାଇ ଆପ୍ଲିକେସନ ଫର୍ମ ଡାଉନଲୋଡ୍ କରିପାରିବେ ।

ବିଜ୍ଞପ୍ତି ଲିଙ୍କ: https://cdn.s3waas.gov.in/s3202cb962ac59075b964b07152d234b70/uploads/2024/02/2024020365.pdf

Get real time updates directly on you device, subscribe now.