fbpx
BJD
BJD SKY
BJD SKY

ଆଜି ବି ମୋ ଦେହରେ ପକାଇଦେଲେ ଲଙ୍କା ପାଣି, ମୋ ଦେହ ଜଳାପୋଡା ହେଉଛି

ଓଡିଶା ଭାସ୍କର; ବ୍ରହ୍ମପୁର ବଡ଼ବଜାର ଥାନା ଦେଶୀବେହେରା ସାହିସ୍ଥିତ ପ୍ରେମିକ ଦୀନେଶଙ୍କ ଘର ସାମ୍ନାରେ ପୁଣି ଥରେ ପ୍ରେମିକା କେ ଦୀପିକା ଧାରଣାରେ ବସିଛନ୍ତି । ଗତ ବର୍ଷ ପ୍ରାୟ ୬ ମାସ ଧରି ନ୍ୟାୟ ଆଶାରେ ଦୀପିକା ପ୍ରେମିକର ଘର ସାମ୍ନାରେ ବସିଥିବା ଦେଖିବାକୁ ମିଳିଥିଲା । ପରେ ଏହି ମାମଲା ହାଇକୋର୍ଟକୁ ଯିବାରୁ ସେ ମାନ୍ୟବର କୋର୍ଟଙ୍କ ଠାରୁ ନ୍ୟାୟ ପାଇବା ଆଶା ରଖି ତାଙ୍କର ଧାରଣାରୁ ସେ ଉଠିଯାଇଥିଲେ । ବର୍ଷେ ବିତିଯାଇଥିଲେ ମଧ୍ୟ ତାଙ୍କ ମାମଲା କୋର୍ଟରେ ବିଚାରଧୀନ ଥିବାରୁ ସେ ପୁଣିଥରେ ବାଧ୍ୟ ହୋଇ ଧାରଣାରେ ବସିଛନ୍ତି ବୋଲି ଗତକାଲି ଦୀପିକା କହିଥିଲେ । ଦୀନେଶଙ୍କ ଘର ସାମ୍ନାରେ ପୁଣି ଥରେ ବସିବାରୁ ଦୀନେଶଙ୍କ ମା’ ଓ ଦୀପିକାଙ୍କ ମଧ୍ୟରେ ଝଗଡା ସୃଷ୍ଟି ହୋଇଥିଲା । ତେବେ ଗତକାଲି ଧାରଣାରେ ବସୁ ବସୁ ଦୀନେଶଙ୍କ ମା’ ଓ ତାଙ୍କର ଜଣେ ସଂପର୍କୀୟ ମିଶି ଦୀପିକାଙ୍କ ମୁହଁରେ ଲଙ୍କା ଗୁଣ୍ଡ ସହ ପାଣି ଆଣି ଫୋପାଡ଼ିଥିବା ଅଭିଯୋଗ କରିଥିଲେ ଦୀପିକା । ଓଦା ଅବସ୍ଥାରେ ଯାଇ ଦୀପିକା ଏନେଇ ବ୍ରହ୍ମପୁର ଏସପିଙ୍କୁ ଭେଟି ତାଙ୍କ ଅଭିଯୋଗ ମଧ୍ୟ ଶୁଣାଇଥିଲେ ।

ହେଲେ ଆଜି ପୁଣି ସେ ଧାରଣାରେ ବସିଥିବା ବେଳେ ଆଜି ବି ତାଙ୍କ ଦେହରେ ଦୀନେଶଙ୍କ ପରିବାର ଲଙ୍କା ପାଣି ପକେଇଥିବା ସେ ଅଭିଯୋଗ କରିଛନ୍ତି । ଫଳରେ ତାଙ୍କ ଦେହ ଜଳାପୋଡା ହେଉଥିବା ଦୀପିକା କହିଛନ୍ତି । ପୋଲିସକୁ ଦେଖି ସେ ତାଙ୍କର ଦୁଃଖ ବଖାଣିଛନ୍ତି । ମୁଁ କେତେ ହଇରାଣ ହେଉଛି ହେଲେ ମୋ କଥା କେହି ଶୁଣୁନାହାନ୍ତି । ଏଠି ମୋ ଉପରେ ପାଣି ଢାଳି ଦେଉଛନ୍ତି ଏଭଳି ପୋଲିସ ଆଗରେ କହିଛନ୍ତି କେ ଦୀପିକା । କାହିଁକି ପ୍ରସାଶନ ତାଙ୍କ କଥା ଶୁଣୁ ନାହିଁ ଓ କଣ ଦୀନେଶଙ୍କ ପରିବାରକୁ କିଛି ପଚାରି ପାରୁନାହାନ୍ତି ପୋଲିସ? କାହିଁକି ଜଣେ ମହିଳାଙ୍କୁ ଏଭଳି ନିର୍ୟାତନା ଦିଆଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ନିଜର ପିଲାକୁ ବାପାର ପରିଚୟ ଦେବା କଥା କହୁଥିବା ଦୀପିକାଙ୍କ ଏତେ ଦିନର ଧାରଣାକୁ ନେଇ ସାଧାରଣରେ ମଧ୍ୟ ଅନେକ ଚର୍ଚ୍ଚା ଦେଖିବାକୁ ମିଳୁଛି ।

Get real time updates directly on you device, subscribe now.