fbpx
BJD SKY
BJD SKY

ଶସ୍ତା ହେଲା ଦୁଃଶ୍ଚିନ୍ତା, ଅପସ୍ମାର ଓ ଡାଇବେଟିସ ରୋଗର ମେଡିସିନ, ୪୪ଗୋଟି ମେଡିସିନର ଖୁଚୁରା ମୂଲ୍ୟ ହ୍ରାସ କଲା ଏନପିପିଏ

BJD

ନୂଆଦିଲ୍ଲୀ: ଦୁଃଶ୍ଚିନ୍ତା, ଅପସ୍ମାର ଓ ଡାଇବେଟିସ ରୋଗର ଚିକିତ୍ସା ଲାଗି ବ୍ୟବହାର ହେଉଥିବା ମେଡିସିନ ଗୁଡିକର ଦାମ୍ ଏବେ ହ୍ରାସ ପାଇଛି । କେନ୍ଦ୍ର ସରକାର ଏହି ସମସ୍ତ ମେଡିସିନକୁ ନିଜର ମୂଲ୍ୟ ନିୟନ୍ତ୍ରଣ ଅଧୀନକୁ ଆଣିଛନ୍ତି । ଏହି କାରଣରୁ ମାର୍କେଟରେ ଏହିସବୁ ମେଡିସିନର ମୂଲ୍ୟ ହ୍ରାସ ପାଇବ । ନ୍ୟାସନାଲ ଫାର୍ମାସିଟିକାଲ ପ୍ରାଇସିଂ ଅଥରିଟି(ଏନପିପିଏ) ୨୦୧୩ ଡ୍ରଗ୍ସ ପ୍ରାଇସ କଣ୍ଟ୍ରୋଲ ଆଦେଶ ଅଧୀନରେ ୪୪ଗୋଟି ମେଡିସିନର ଖୁଚୁରା ମୂଲ୍ୟ ଧାର୍ଯ୍ୟ କରିଛି । ତେବେ ଏହାକୁ ନେଇ ଜୁଲାଇ ୩୧ରେ ଏନପିପିଏର ୧୧୫ ତମ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଉପରୋକ୍ତ ନିର୍ଦ୍ଦେଶ ଜାରି କରାଯାଇଛି ।

ଜଣେ ବରିଷ୍ଠ ଏନପିପିଏ ଅଧିକାରୀ କହିଛନ୍ତି, ମଲ୍ଟି ଭିଟାମିନ ଓ ଡି-୩ ସହିତ ଡାଇବେଟିସ, ପେନ୍ କିଲର, ଜ୍ୱର, ସଂକ୍ରମଣ, ହୃଦରୋଗ ଆଦି ମେଡିସିନର ସର୍ବାଧିକ ମୂଲ୍ୟ ସ୍ଥିର ହୋଇଯାଇଛି । ଏନପିପିଏ ଅଧିକାରୀ କହିଛନ୍ତି ଏହି ଧାର୍ଯ୍ୟ ମୂଲ୍ୟ ବାହାରେ କୌଣସି ଫାର୍ମାସିଟିକାଲ କମ୍ପାନୀ କେବଳ ଜିଏସଟି ସଂଗ୍ରହ କରିପାରିବ । ଏହା ସହିତ ସମସ୍ତ ଫାର୍ମାସିଟିକାଲ କମ୍ପାନୀ ୧୫ ଦିନ ମଧ୍ୟରେ ସମସ୍ତ ଡ୍ରଗ୍ସ ଡିଲରଙ୍କୁ ନୂତନ ପ୍ରାଇସ୍ ବିଷୟରେ ସୂଚନା ପ୍ରଦାନ କରିବେ । ତେବେ ଯେଉଁ କମ୍ପାନୀ ଅତ୍ୟାବଶ୍ୟକ ସମାଗ୍ରୀ ଆଇନ ଅଧୀନରେ ଆସୁଥିବା ନିର୍ଦ୍ଦେଶକୁ ଅବମାନନା କରିବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଏନପିପିଏ ଅନୁଯାୟୀ ଆମେକ୍ଲୋଫେନାକ, ପାରାସିଟାମଲ, ସେରାଟିଓପେପଟିଡେଜ ପରି ମେଡିସିନ ଯାହା ମୁଣ୍ଡବିନ୍ଧା, ମାଇଗ୍ରେନ, ମାଂସପେଶୀଜନିତ ଯନ୍ତ୍ରଣା, ଋତୁସ୍ରାବ ଜନିତ ଯନ୍ତ୍ରଣା କ୍ଷେତ୍ରରେ ବ୍ୟବହାର କରାଯାଏ ସେସବୁର ସର୍ବାଧିକ ମୂଲ୍ୟ ଜିଏସଟି ସହିତ ୮ଟଙ୍କା ୩୮ ପଇସା ଧାର୍ଯ୍ୟ କରାଯାଇଛି । ସେହିପରି ସିତାଗଲିପଟିନ୍ ଫସଫେଟ୍, ମେଟଫରମିନ ହାଇଡ୍ରୋକ୍ଲୋରାଇଡ ପରି ମେଡିସିନ ଯାହା ଟାଇପ ୨ ଡାଇବେଟିସ ରୋଗୀଙ୍କ ପାଇଁ ବ୍ୟବହାର କରାଯାଏ ତାହା ଟାବଲେଟ୍ ପ୍ରତି ୯ ଟଙ୍କାରେ ଉପଲବ୍ଧ ହେବ । ଅନ୍ୟପକ୍ଷରେ ଲେଭିଟରାସେଟମ, ସୋଡିୟମ କ୍ଲୋରାଇଡ ଇନଫ୍ୟୁଜନ, ପାରୋକ୍ସେଟାଇନ କଣ୍ଟ୍ରୋଲଡ ରିଲିଜ୍, କ୍ଲୋନାଜେପାମ୍ ପରି କ୍ୟାପସୁଲ ଯାହା ଅପସ୍ମାର ଓ ମାନସିକ ଚାପ ପରି ରୋଗର ଚିକିତ୍ସା ଲାଗି ବ୍ୟବହାର କରାଯାଏ ତାହାର ମୂଲ୍ୟ ଯଥାକ୍ରମେ ୦.୯୮ ଟଙ୍କା ଓ ୧୪.୫୩ ଟଙ୍କା ରହିବ । ଏବେ ଏହି ସମସ୍ତ ମେଡିସିନର ମୂଲ୍ୟ ବହୁତ ଅଧିକ ରହିଛି ।

Get real time updates directly on you device, subscribe now.