କମଳା ନା କଳା ଗାଜର? କେଉଁଟା ସ୍ବାସ୍ଥ୍ୟପକ୍ଷେ ଉପକାରୀ ଜାଣନ୍ତୁ
କଳା ଗାଜରରେ ଆନ୍ଥୋସାୟାନିନ୍ ନାମକ ଏକ ଆଣ୍ଟିଅକ୍ସିଡାଣ୍ଟ ଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ।
ନୂଆଦିଲ୍ଲୀ: ଗାଜରରେ ବିଟା କ୍ୟାରୋଟିନ୍, ଫାଇବର, ଭିଟାମିନ୍ K1, ପୋଟାସିୟମ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ପରିମାଣରେ ରହିଥାଏ। ଏଗୁଡ଼ିକରୁ ଅନେକ ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟକର ଖାଦ୍ୟ ପ୍ରସ୍ତୁତ କରାଯାଏ।
ଗାଜର ଦୁଇ ପ୍ରକାରର ହୋଇଥାଏ । ସେଥିମଧ୍ୟରୁ ଗୋଟିଏ କମଳା ଏବଂ ଅନ୍ୟଟି କଳା ହୋଇଥାଏ । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, କଳା ଗାଜର ସ୍ବାସ୍ଥ୍ୟପକ୍ଷେ ହିତକର ହୋଇଥାଏ ।
କଳା ଗାଜରରେ ଆନ୍ଥୋସାୟାନିନ୍ ନାମକ ଏକ ଆଣ୍ଟି-ଅକ୍ସିଡାଣ୍ଟ ମିଳିଥାଏ । ଯାହାକୁ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ । ଏହାର ସେବନ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।
ଯାହା ଯୋଗୁଁ ଆପଣ ହୃଦଘାତ ଏବଂ ଷ୍ଟ୍ରୋକ ଭଳି ଗମ୍ଭୀର ରୋଗରୁ ରକ୍ଷା ପାଇପାରିବେ । ଆପଣ ଏହାକୁ ଆପଣଙ୍କ ଖାଦ୍ୟରେ ସାଲାଡ, ପନିପରିବା, ଜୁସ୍ ଏବଂ ସୁପ୍ ଭାବରେ ବ୍ୟବହାର କରିପାରିବେ ।
ଯେଉଁମାନଙ୍କର ପାଚନ ସମସ୍ୟା ଅଛି, ତେବେ ଆପଣ କଳା ଗାଜର ଖାଇପାରିବେ । ଏଥିରେ ଫାଇବର ମିଳିଥାଏ, ଯାହା ସୁସ୍ଥ ପାଚନ ପ୍ରକ୍ରିୟା ବଜାୟ ରଖିବାରେ ସାହାଯ୍ୟ କରିପାରେ । କଳା ଗାଜର ଖାଇବା ଦ୍ବାରା ପେଟ ଯନ୍ତ୍ରଣା ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟାର ସମାଧାନ କରିପାରିବେ ।
ଯଦି ଆପଣଙ୍କର ମଧୁମେହ ଅଛି ତେବେ ଆପଣ କଳା ଗାଜର ରସ ପିଇବା ଉଚିତ । ନିୟମିତ ଭାବରେ କଳା ଗାଜର ରସ ପିଇବା ଦ୍ୱାରା, କିଛି ଦିନ ମଧ୍ୟରେ ଆପଣଙ୍କର ଶର୍କରା ସ୍ତର ନିୟନ୍ତ୍ରଣ ହୋଇପାରିବ ।