fbpx

ଚାଷୀଙ୍କ ପାଇଁ ଖୁସି ଖବର: ୩ ବର୍ଷ ବଢ଼ିଲା କାଳିଆ ଯୋଜନା

Advertisement

ଓଡ଼ିଶା ଭାସ୍କର: ୩ ବର୍ଷ ବଢ଼ିଲା କାଳିଆ ଯୋଜନା । ଚାଷୀମାନଙ୍କୁ ସହାୟତା ନିମନ୍ତେ ଆଗାମୀ ୩ ବର୍ଷ ପାଇଁ କାଳିଆ ଯୋଜନାକୁ ବଢ଼ାଇଲେ ରାଜ୍ୟ ସରକାର। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି। ତେବେ ୩ ବର୍ଷ ବଢ଼ିବା ନେଇ ୬୦୨୯.୭୦ କୋଟି ଖର୍ଚ୍ଚ ହେବ ବୋଲି ଜଣାପଡିଛି।

ସୂଚନା ଥାଉକି, ରାଜ୍ୟ ସରକାର କାଳିଆ ସହାୟତା ପ୍ରଦାନ କଟକଣାକୁ କୋହଳ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଣିକି କାଳିଆ ଯୋଜନାରେ ସହାୟତା ଯେ କୌଣସି ସମୟରେ ପାଇପାରିବେ ଚାଷୀ । ଭୂମିହୀନ ପରିବାରଙ୍କୁ ୩ଟି କିସ୍ତିରେ୧୨ ହଜାର ୫ଶହ ମିଳୁଥିବା ବେଳେ ୧୮ ଲକ୍ଷ ପରିବାର ଉପକୃତ ହେଉଛନ୍ତି। କାଳିଆ ଯୋଜନାରେ ୨ହଜାର ଟଙ୍କାର ଅତିରିକ୍ତ ସହାୟତା ପାଇବେ ଭୂମିହୀନ ଚାଷୀ । ଏ ନେଇ ଆଜି କ୍ୟାବିନେଟର ମଞ୍ଜୁରି ମିଳିଛି। ସେହିଭଳି କାଳିଆ ଛାତ୍ରବୃତ୍ତି ଅବଧି ୩ ବର୍ଷକୁ ବୃଦ୍ଧି କରାଯାଇଛି ।

Get real time updates directly on you device, subscribe now.