fbpx

ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ଜୀବନ ପ୍ରତି ରହିଛି ବିପଦ, ମିଳିଲା Z+ସୁରକ୍ଷା

Advertisement

ନୂଆଦିଲ୍ଲୀ: ଭାରତର ନିର୍ବାଚନ କମିଶନଙ୍କ ପକ୍ଷରୁ ଲୋକସଭା ନିର୍ବାଚନ ୨୦୨୪ର ତାରିଖ କେଉଁ ସମୟରେ ବି ଘୋଷଣା ହୋଇପାରେ । ବିଜେପି, କଂଗ୍ରେସ ସହିତ ସମସ୍ତ ରାଜନୈତିକ ଦଳର ନେତା ଏହି ନିର୍ବାଚନ ଲାଗି ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ଓ ଦେଶର ବିଭିନ୍ନ ସ୍ଥାନରେ ସଭା ଓ ର‌୍ୟାଲି ଆୟୋଜନ କରୁଛନ୍ତି । ତେବେ ଏହାରି ମଧ୍ୟରେ ଏକ ବଡ ଖବର ଆସିଛି କି କେନ୍ଦ୍ରୀୟ ଏଜେନ୍ସୀର ସତର୍କତା ପରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି ।

ମିଳିଥିବା ସୂତ୍ରରୁ ଜଣାପଡିଛି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ମିଳିବ । ସିଆରପିଏଫ୍ ତାଙ୍କୁ ଏହି ସୁରକ୍ଷା ପ୍ରଦାନ କରିବ । କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ପକ୍ଷରୁ ମଲ୍ଲିକାର୍ଜୁନ ଖଡଗେଙ୍କ ଜୀବନ ପ୍ରତି ବିପଦ ଥିବାର ସୂଚନା ମିଳିବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଏଠାରେ ସୂଚାଇ ଦିଆଯାଇପାରେ କି ୨୦୨୪ ଲୋକସଭା ନିର୍ବାଚନ ପାଇଁ ମଲ୍ଲିକାର୍ଜୁନ ଖଡଗେ ଦେଶର ବିଭିନ୍ନ ଅଞ୍ଚଳରେ ଜନସଭାରେ ଭାଗ ନେଉଛନ୍ତି ।

Get real time updates directly on you device, subscribe now.