fbpx
BJD SKY
BJD SKY

କମଲ ହାସନ ସାଇଲେଣ୍ଟ ଫିଲ୍ମ “ପୁଷ୍ପକ’କୁ ନେଇ କଲେ ବଡ ଘୋଷଣା, ଦ୍ୱିତୀୟ ଥର ସିନେମାଘରେ ହେବ ରିଲିଜ

BJD

ମୁମ୍ବାଇ : ଆଦଶୀର ଇରାନୀଙ୍କ ହିନ୍ଦୁସ୍ତାନୀ ଫିଲ୍ମ “ଆଲମ ଆରା’ ବହୁ ପ୍ରଚଳିତ ଫିଲ୍ମ ଥିଲା । ଏହା ସଂଳାପ ଥିବା ବା କଥାବାର୍ତ୍ତା କରୁଥିବା ସବୁ ଠାରୁ ପ୍ରଥମ ଫିଲ୍ମ ଥିଲା । ଯାହା ଭାରତୀୟ ଫିଲ୍ମରେ ଏକ ନୂଆ ମୋଡ ଆଣିଥିଲା । ଭବିଷ୍ୟତରେ ଆହୁରି ଅଧିକ ଶବ୍ଧ ଥିବା ବା ସଂଳାପ ଥିବା ଫିଲ୍ମ କରିବା ପାଇଁ ବାଟ ଦେଖାଇ ଥିଲା । ଏହା ପରେ ମଧ୍ୟ ମୁକ ଫିଲ୍ମ ନିର୍ମାଣ ହେଉଥିଲା କିନ୍ତୁ ଏହାର ସଂଖ୍ୟା ଧିରେ ଧିରେ କମ ହେବାକୁ ଲାଗିଥିଲା । ୧୯୮୭ରେ “ମାଇକଲ ମଦାନା’, “କାମା ରାଜନ’ ଏବଂ “ମୋଗଲିର ମାଟାମ’ ଫିଲ୍ମର ପ୍ରମୁଖ ନିର୍ଦ୍ଦେଶକ ସିଙ୍ଗେତମ ଶ୍ରିନିବାସ ରାଓ ପୁଣି ଥରେ ବିନା ସଂଳାପରେ ଫିଲ୍ମ କରିବାକୁ ନିଷ୍ପତି ନେଇଥିଲେ । ଏହି ଫିଲ୍ମରେ କମଲ ହାସନ, ଅମାଲା ଆକନିନ, ପ୍ରତାପ ପୋଥେପ, ଟିନୁ ଆନନ୍ଦ କାମ କରିଥିଲେ, ଏହି ଫିଲ୍ମଟି ୨ ଟି ନାମରେ ରିଲିଜ ହୋଇଥିଲା “ପୁଷ୍ପକ’ “ପେସୁମ ପଦମ’ ।

କମଲ ହାସନଙ୍କ ପ୍ରଡକ୍ସନ ହାଉସ , ରାଜ କମଲ ଫିଲ୍ମ ଇଟରନେସନାଲ ସୋସିଆଲ ମିଡିଆରେ ଘୋଷଣା କରିଥିଷଲ ୧୯୮୭ର ଫିଲ୍ମ ଫୁଣି ଥରେ ରିଲିଜ ହେବ । ପ୍ରଡକ୍ସନ ହାଉସର ପୋଷ୍ଟରେ କୁହାଯାଇଛି “ମୁକ ଏବଂ କମେଡିରେ ଏକ ପ୍ରତିଷ୍ଠିତ କୃତି ଫିଲ୍ମ “ପୁଷ୍ପକ’ ଏବଂ “ପେସୁମ ପଦମ’ ପୁଣିଥରେ ସିନେମାଘରେ ରିଲିଜ ହେବ ।ଚଳିତ ବର୍ଷ ଆରମ୍ଭରୁ ଗୈତମ ବାସୁଦେବ ମେନନଙ୍କ ଦ୍ୱାରା ନିର୍ଦ୍ଦେଶିତ କମଲହାସଙ୍କ ୨୦୦୬ ର ଆକ୍ସନ ଥ୍ରୀଲର ଫିଲ୍ମ “ଭେଟ୍ଟିଆଡୁ ବିଲିୟାଡୁ’ ଫିଲ୍ମକୁ ପୁଣି ଥରେ ରିଲିଜ କରାଯାଇଥିଲା । ଏହି ଫିଲ୍ମଟି ଦ୍ୱିତୀୟ ଥର ରିଲିଜ୍ ହେଲେ ମଧ୍ୟ ଦର୍ଶକ ଏହାକୁ ଖୁବ ପସନ୍ଦ କରିଥିଲେ ।”ପୁଷ୍ପକ’ ଏକ ମୁକ ଚଳଚ୍ଚିତ୍ର ଯାହା ଏକ କମେଡି ଫିଲ୍ମ । ତେବେ ଦେଖିବାକୁ ବାକି ରହିଲା ଏହି ଫିଲ୍ମ ସିନେମାଘରେ ଦର୍ଶକଙ୍କ ଉପରେ କେତେ ପ୍ରଭାବ ପକାଉଛି ।

Get real time updates directly on you device, subscribe now.