fbpx

କନ୍ଧମାଳବାସୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ଯୋଗାଇଲେ ମୁଖ୍ୟମନ୍ତ୍ରୀ

କନ୍ଧମାଳ(ଓଡ଼ିଶା ଭାସ୍କର): ବିଜୁ ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ଆଜି ଯୋଡି ହୋଇଛି କନ୍ଧମାଳ । ଜିଲ୍ଲାର ହିତାଧିକାରୀଙ୍କ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫୁଲବାଣୀ ମିନିଷ୍ଟାଡିୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାର୍ଡ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ଜିଲ୍ଲାର ୬ ଲକ୍ଷ ୫୦ ହଜାର ଲୋକ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହା ସହ ମୁଖ୍ୟମନ୍ତ୍ରୀ ନିଜର ଅଭିଭାଷଣରେ କହିଛନ୍ତି ଯେ, ‘କନ୍ଧମାଳ ହଳଦୀ ସାରା ବିଶ୍ୱରରେ ବ୍ରାଣ୍ଡ ପାଇପାରିଛି । ଇକୋ ଟୁରିଜିମ ପାଇଁ କନ୍ଧମାଳ ଆକର୍ଷଣର କେନ୍ଦ୍ର ହୋଇଛି । ଭିତ୍ତିଭୂମି ବିକାଶ ଉପରେ ସରକାର ସ୍ୱତନ୍ତ୍ର ଫୋକସ ରଖିଛନ୍ତି ।’

Get real time updates directly on you device, subscribe now.