fbpx

ଦୁଇ ବର୍ଷ ପରେ ଥିଏଟରରେ କଙ୍ଗନା; ବନାଇଲେ ବୁମେରାଙ୍ଗ ଭିଡିଓ

ମୁମ୍ବାଇ: ସର୍ବଦା ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା କଙ୍ଗନା ରଣାୱତ ଦୁଇ ବର୍ଷ ପରେ ଥିଏଟରରେ ନଜର ଆସିନାହାନ୍ତି । ହଙ୍ଗେରୀର ବୁଦାପେଷ୍ଟରେ ଥିବା କଙ୍ଗନା ଏକ ଥିଏଟରରେ ନଜର ଆସିଥିଲେ । ସ୍କାର୍ଲେଟ ଜୋହାନସନ୍ ଅଭିନୀତ ବ୍ଲାକ ୱିଡୋ ଦେଖିବା ପାଇଁ କଙ୍ଗନା ଥିଏଟର ଯାଇଥିଲେ । ସୂଚନାଯୋଗ୍ୟ ଯେ, ବ୍ଲାକ ୱିଡୋ ଏଯାଏଁ ଭାରତରେ ରିଲିଜ୍ ହୋଇନାହିଁ ।

କଙ୍ଗନା ଥିଏଟରକୁ ଯିବା ପୂର୍ବରୁ ଦୁଇଟି ପପକର୍ଣ୍ଣ ଡବା ଧରିଥିବା ବେଳେ ଏକ ଧଳା ଡ୍ରେସ୍ ପିନ୍ଧିଥିବା ନଜର ଆସିଥିଲେ । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ଶେୟାର କରିବା ସହିତ ବୁମେରାଙ୍ଗ ଭିଡିଓ ମଧ୍ୟ ବନାଇଥିଲେ । ନିଜର ଫିଲ୍ମ ଧାକଡକୁ ବୁଦାପେଷ୍ଟରେ ପ୍ରମୋଶନ କରିବା ପାଇଁ ଯାଇଥିବା କଙ୍ଗନା ପୁରା ଫିଲ୍ମର ଟିମ୍ ସହିତ ଏହି ଫିଲ୍ମଟି ଦେଖିଥିଲେ । ନିଜ ପୋଷ୍ଟରେ କଙ୍ଗନା ଲେଖିଥିଲେ ପପକର୍ଣ୍ଣ ଡେଜ୍ ଆର ବ୍ୟାକ୍ । ଅନ୍ୟପକ୍ଷରେ କଙ୍ଗନା ପୂର୍ବତନ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ବାୟୋପିକ୍ ଥାଲାଇଭିରେ ନଜର ଆସିବାକୁ ଯାଉଛନ୍ତି । ଏହା ବ୍ୟତିତ କଙ୍ଗନାଙ୍କ ହାତରେ ତେଜସ୍, ମଣିକର୍ଣ୍ଣିକା-୨ ଓ ଇନ୍ଦିରା ଗାନ୍ଧିଙ୍କ ଜୀବନି ଉପରେ ଏକ ଫିଲ୍ମ ରହିଛି ।

Get real time updates directly on you device, subscribe now.