fbpx

ବିବାହ ନହେବାକୁ ନେଇ ପ୍ରଶ୍ନରେ ଏମିତି କହିଲେ କଙ୍ଗନା!

Advertisement

ବଲିଉଡ କ୍ୱିନ କଙ୍ଗନା ରଣାୱତ ଜଣେ କଠୋର ଅଭିନେତ୍ରୀ ଭାବରେ ଜଣାଶୁଣା । ଅଭିନେତ୍ରୀ ନିଜର କଟ୍ଟୁ ସମାଲୋଚନାରେ ଅନେକଙ୍କ ମୁହଁ ବନ୍ଦ କରିଦେଇଥାନ୍ତି । କଙ୍ଗନା ଅନେକ ସମୟରେ ନିଜର ମନ୍ତବ୍ୟକୁ ନେଇ ବିବାଦରେ ମଧ୍ୟ ରହିଥାନ୍ତି । କଙ୍ଗନା ନିଜର ଲଭ ଲାଇଭକୁ ନେଇ ମଧ୍ୟ ଅନେକ ଥର ଚର୍ଚ୍ଚାରେ ରହିଛନ୍ତି । କଙ୍ଗନା ରଣାୱତଙ୍କର ବଡ଼ ଫ୍ୟାନ୍ ଫଲୋଇଙ୍ଗ ମଧ୍ୟ ରହିଛି, କିନ୍ତୁ ଏହାପରେ ବି ଅଭିନେତ୍ରୀ କହିଛନ୍ତି ଯେ ତାଙ୍କର ବିବାହ ହୋଇପାରୁନାହିଁ । ଏବେ ଏହାର କାରଣ କହିଛନ୍ତି ଅଭିନେତ୍ରୀ ।

କଙ୍ଗନା ରଣାୱତ ନିଜର ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ବିବାହ କରିପାରୁନାହାଁନ୍ତି, କାରଣ ଲୋକେ ତାଙ୍କ ବିଷୟରେ ଏଭଳି ମିଛ ଗୁଜବ କରୁଛନ୍ତି ଯେ ସେ ବହୁତ ଯୁଦ୍ଧଖୋର ମନୋବୃତିର । କଙ୍ଗନା ସାକ୍ଷାତକାରରେ ମଜାଦାର ଢ଼ଙ୍ଗରେ କହିଛନ୍ତି ଯେ ଏଭଳି ଗୁଜବ ତାଙ୍କ ବିଷୟରେ ଏକ ଧାରଣା ସୃଷ୍ଟି ହୋଇଛି, ଫଳରେ ତାଙ୍କୁ ପରଫେକ୍ଟ ମ୍ୟାଚ୍ ମିଳୁନାହିଁ । କଙ୍ଗନାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ସେ ଏଥିପାଇଁ ବିବାହ କରିପାରୁନାହାଁନ୍ତି ଯେ, ତାଙ୍କ ବିଷୟରେ ଲୋକମାନେ ଏକ ରାୟ କାଏମ କରିଛନ୍ତି ଯେ ସେ ବହୁତ କଠୋର? ଏହା ଉପରେ ଅଭିନେତ୍ରୀ ମଜାଳିଆ ଢ଼ଙ୍ଗରେ କହିଥିଲେ ଯେ “ହଁ, କାରଣ ମୋ ବିଷୟରେ ଏଭଳି ଚର୍ଚ୍ଚା ହେଉଛି ଯେ ମୁଁ ପୁଅଙ୍କୁ ପିଟେ’ ।

ଏହାରି ମଧ୍ୟରେ ସାକ୍ଷାତକାରରେ ଉପସ୍ଥିତ ଥିବା କଙ୍ଗନାଙ୍କ ଧାକଡ଼ ଫିଲ୍ମର କୋ-ଆକ୍ଟର ଅର୍ଜୁନ ରାମପାଲ ତାଙ୍କ ସହ ସେଠାରେ ଉପସ୍ଥିତ ଥିଲେ । ଅର୍ଜୁନଙ୍କୁ କଙ୍ଗନାଙ୍କ ଗୁଣ ବିଷୟରେ ପଚରାଯାଇଥିଲା । ଯାହାକୁ ନେଇ ଅର୍ଜୁନ ରାମପାଲ କହିଥିଲେ ଯେ ମୁଁ କେବଳ ଏତିକି କହିପାରିବି ଯେ ସେ ଜଣେବହୁତ ଭଲ ଅଭିନେତ୍ରୀ । ରିୟଲ ଲାଇଫରେ ମଧ୍ୟ ସେ ଖୁବ୍ ଭଲ ଏବଂ ସ୍ନେହୀ । ସେ ଭଗବାନଙ୍କୁ ଡରନ୍ତି, ବହୁତ ପୂଜାପାଠ କରନ୍ତି ଏବଂ ଯୋଗ ମଧ୍ୟ କରନ୍ତି ।

କଙ୍ଗନାଙ୍କ ଆଗାମୀ ଫିଲ୍ମ ଧାକଡ଼ ବିଷୟରେ କହିଲେ ଏଥିରେ ଅର୍ଜୁନ ରାମପାଲ ଏବଂ ତାଙ୍କ ବ୍ୟତୀତ ଦିବ୍ୟା ଦତ୍ତା ମଧ୍ୟ ମୁଖ୍ୟ ଭୂମିକା ନିଭାଇଛନ୍ତି । ଫିଲ୍ମ ମେ ୨୦ରେ ରିଲିଜ୍ ହେବାକୁ ଯାଉଛି । ତେବେ ଫିଲ୍ମକୁ କିଭଳି ରେସ୍ପନ୍ସ ମିଳିବ, ଏହା ରିଲିଜ ପରେ ହିଁ ଜଣାପଡ଼ିବ ।

Get real time updates directly on you device, subscribe now.