fbpx

(Video)ରାହୁଲ ଗାନ୍ଧୀଙ୍କ ପରେ ବିଜେପି ସେୟାର କଲା କଂଗ୍ରେସର ନୂଆ ‘ପାର୍ଟି ଭିଡିଓ’; କହିଲା- ‘ଯେମିତି ରାଜାକୁ ସେମିତି ପ୍ରଜା’

Advertisement

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ନେପାଳ ଭିଡିଓ ପରେ ପୁଣି ଥରେ କଂଗ୍ରେସକୁ ଟାର୍ଗେଟ କରିଛି ବିଜେପି । ଏଥର ଏପ ପାଟି ଭିଡିଓ ସେୟାର କରି ତାଚ୍ଛଲ୍ୟ କରି କହିଛି ଯେ, ଅନେକ ପ୍ରସଙ୍ଗରେ ଫସିଥିବା ବେଳେ କଂଗ୍ରେସର ଯୁବକର୍ମୀମାନେ ପାର୍ଟି କରୁଛନ୍ତି । ଆଇଏନସିର ନାମ ‘ଆଈ ନିଡ ସେଲିବ୍ରେସନ ଆଣ୍ଡ ପାର୍ଟି’ କହି ଉପହାସ କରିଛି ବିଜେପି । ରାଜସ୍ଥାନର ଉଦୟପୁରରେ ଶୁକ୍ରବାରରୁ କଂଗ୍ରେସର ‘ଚିନ୍ତନ ଶିବିର’ ଆରମ୍ଭ ହେବାକୁ ଯାଉଛି ।

ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଶେହନାଜ ପୁନାୱାଲା ଗୁରୁବାର ଏକ ଭିଡିଓ ଟ୍ୱିଟ୍ କରିଛନ୍ତି । ଏହା ସହ ସେ ଲେଖିଛନ୍ତି ଯେ, ‘ଟ୍ରେନିଂ? ପାର୍ଟି? ମହାରାଷ୍ଟ୍ର ଯୁବ କଂଗ୍ରେସର ନୂଆ କାର୍ଯ୍ୟାଳୟର ଶିବିର । ଭିଡିଓ ଦେଖନ୍ତୁ ଓ ଗୀତ ଶୁଣନ୍ତୁ ।’

ସେ ଆହୁରି ଲେଖିଛନ୍ତି, ‘ରାହୁଲ ନେପାଳର ଏକ ପବ୍ ରେ ଅଛନ୍ତି । ଜୁନିଅର ନେତା ‘ପାର୍ଟି ଟ୍ରେନିଂ ‘କ୍ୟାମ୍ପରେ ଅଛନ୍ତି । ଯେମିରି ରାଜାକୁ ସେମିତି ପ୍ରଜା । ଦଳ କାମରୁ ବଡ଼ ହେଉଛି ପାର୍ଟି କରିବା । ‘ ଏହା ସହ ସେ ଏକ ଭିଡିଓ ମେସେଜ୍ ବି ଜାରି କରିଛନ୍ତି ।

ତେବେ ବିଜେପି ନେତା ୩ ମେ’ ରେ ରାହୁଲ ଗାନ୍ଧୀଙ୍କର ଏକ ଭିଡିଓ ସେୟାର କରିଥିଲେ । ସେଥିରେ କଂଗ୍ରେସ ନେତା ନେପାଳର ଏକ ନାଇଟ୍ କ୍ଲବରେ ପାର୍ଟି କରୁଥିବା ନଜର ଆସିଥିଲେ । ଏହାପରେ ଅନେକ ବିବାଦ ସୃଷ୍ଟି ହୋଇଥିଲା । ଅବଶ୍ୟ ଦଳର ମହାସଚିବ ରଣଦୀପ ସୁରଜେୱାଲା ସ୍ପଷ୍ଟ କରିଥିଲେ ଯେ, ରାହୁଲ କାଠମାଣ୍ଡୁରେ ସାଙ୍ଗର ବାହାଘରରେ ସାମିଲ ହେବାକୁ ଯାଇଥିଲେ ।

Get real time updates directly on you device, subscribe now.