fbpx
BJD SKY
BJD SKY

ଗାଈ ଠାରୁ ଆରମ୍ଭ କରି ବୁଲା କୁକୁର ପର୍ଯ୍ୟନ୍ତ ବିଭିନ୍ନ ପଶୁଙ୍କ ସହ ଯୌନ ସମ୍ବନ୍ଧ ରଖୁଥିଲେ ବୟସ୍କ ବ୍ୟକ୍ତି, ସିସିଟିଭି ଫୁଟେଜ୍ ଆଧାରରେ ଧରିଲା ପୋଲିସ

BJD

କାନପୁର: ଉତ୍ତରପ୍ରଦେଶରୁ ଆସିଛି ଏକ ଚକିତ କରିଦେବା ଭଳି ଖବର । କାନପୁରର ଜଣେ ବୟସ୍କ ବ୍ୟକ୍ତି ଙ୍କ ଉପରେ ଲାଗିଛି ଗାଈ ଓ କୁକୁରଙ୍କ ସହ ଦୁଷ୍କର୍ମ କରିଥିବାର ଅଭିଯୋଗ । ଏହି ଘଟଣା କାନପୁର ବାରା ଅଞ୍ଚଳର । ଏବେ ପୋଲିସ ଅଭିଯୁକ୍ତକୁୁ ଗିରଫ କରିଛି । ପୋଲିସ କହିଛି ଅଭିଯୁକ୍ତର ବୟସ ୬୨ ବର୍ଷ ହୋଇଥିବା ବେଳେ ତାର ନାମ ବିଜେନ୍ଦ୍ର୍ର ମିଶ୍ରା ।

ପୋଲିସ କହିଛି ଘଟଣାର ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅଭିଯୁକ୍ତ ବିରୁଦ୍ଧରେ ଭାରତୀୟ ଦଣ୍ଡ ସଂହିତା ଧାରା ୩୭୭(ଅପ୍ରାକୃତିକ ସମ୍ବନ୍ଧ) ଆଧାରରେ ମାମଲା ରୁଜୁ କରାଯାଇଛି । ପୋଲିସ ଆହୁରି କହିଛି ଅଭିଯୁକ୍ତ ଜଣେ ଅଭ୍ୟାସଗତ ଅପରାଧୀ । ତା ବିରୁଦ୍ଧରେ ପୂର୍ବରୁ ମଧ୍ୟ ଏପରି ଅଭିଯୋଗ ରହିିଛି ।

ଯାଞ୍ଚ ସମୟରେ ବହୁ ସିସିଟିଭି ଫୁଟେଜ୍ ପୋଲିସ ହାତରେ ପଡିଛି ଯେଉଁଥିରେ ମିଶ୍ରା ସର୍ବସାଧାରଣ ସ୍ଥାନରେ ବିଭିନ୍ନ ପଶୁଙ୍କ ସହ ଯୌନ ସମ୍ବନ୍ଧ ରଖୁଥିବାର ନଜର ଆସୁଛି । ବ୍ୟକ୍ତି ଜଣକ ମାନସିକ ବିକୃତ ବୋଲି ଅନୁମାନ କରାଯାଉଥିବା ବେଳେ ତାର ଚିକିତ୍ସା କରାଯିବା ଲାଗି ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.