ଟୋକାକୁ ଆମକୁ ଦିଅ, ଥାନାକୁ ନିଅନି, ଫେରାର ପ୍ରେମୀଯୁଗଳଙ୍କୁ ନେଇ ଲଙ୍କା କାଣ୍ଡ… ହଟହଟା ପୋଲିସ
୫ ଦିନ ତଳେ ପୁଅ-ଝିଅ ଫେରାର୍ ହୋଇଯାଇଥିଲେ।
କଣ୍ଟାବାଞ୍ଜି: ଘରୁ ଫେରାର ହୋଇଯାଇଥିଲେ। ଅଭିଯୋଗ ପରେ ଧରିଲା ପୋଲିସ। ହେଲେ ପ୍ରେମୀକକୁ ମାଡ଼ ମାରିବା ପାଇଁ ପୋଲିସ- ପରିବାର ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।
ପୁଅଝିଅଙ୍କୁ ଉଦ୍ଧାର ବେଳେ ଗାଁ ଲୋକେ-ପୋଲିସ୍ ମୁହାଁମୁହିଁ ହୋଇଛନ୍ତି। ବଙ୍ଗୋମୁଣ୍ଡା ଥାନା ବିରିପାଲ୍ଲୀ ଗାଁରେ ପୋଲିସ ସହ ଧସ୍ତାଧସ୍ତି ପରସ୍ଥିତି ଉପୁଜିଛି।
୫ ଦିନ ତଳେ ପୁଅ-ଝିଅ ଫେରାର୍ ହୋଇଯାଇଥିଲେ। ଏନେଇ ଥାନାରେ ଝିଅ ଘର ଲୋକେ ଲିଖିତ ଅଭିଯୋଗ କରିଥିଲେ।
ସୂଚନା ପାଇ ପୋଲିସ ଏକ ଘରୁ ଉଭୟଙ୍କୁ ଉଦ୍ଧାର କରିଥିଲା। ଉଦ୍ଧାର କରି ଥାନାକୁ ନେବା ସମୟରେ ସୃଷ୍ଟି ହୋଇଥିଲା ଉତ୍ତେଜନା।
ପୁଅକୁ ଆକ୍ରମଣ ଉଦ୍ୟମ କରିଥିଲେ ଝିଅ ଘର ପରିବାର।
ଝିଅ ଘର ଲୋକ ଆକ୍ରମଣ କରିବା ବେଳେ ଅଟକାଇବାରୁ ପୋଲିସ ସହ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା।
ପୋଲିସକୁ ଆକ୍ରମଣ ଅଭିଯୋଗରେ ଥାନାରେ ମାମଲା ରୁଜୁ ହୋଇଛି।