fbpx
BJD SKY
BJD SKY

ସୋରରେ ବ୍ୟାପୁଛି ଅଜ୍ଞାତ ମସ୍ତିସ୍କ ରୋଗ: ନେଲାଣି ଏକ ଜୀବନ, ବାହାରିଲେଣି ଅନେକ ପଜିଟିଭ

BJD

ବାଲେଶ୍ୱର:ବାଲେଶ୍ୱର ସୋର ଠାରେ ଏକ ଅଜ୍ଞାତ ମସ୍ତିଷ୍କ ରୋଗ ଦେଖାଯାଇଛି । ଯେଉଁଥିରେ ସୋରର ପରୁବାଇ କନ୍ୟାଶ୍ରମର କିଛି ବାଳିକା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଏହି ଘଟଣା ବିଷୟରେ ଏଡିଏମଓ ସୂଚନା ଦେଇଛନ୍ତି । ତେବେ ଏହା ପାଇଁ ୨୫ ଜଣ ଛାତ୍ରୀଙ୍କ ନମୁନା ପରୀକ୍ଷଣ କରାଯାଇଥିଲା । ସେଥିମଧ୍ୟରୁ ୫ଜଣଙ୍କ ପଜିଟିଭ ଆସିଛି, ସମସ୍ତଙ୍କୁ ବର୍ତ୍ତମାନ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥାନାନ୍ତର କରାଯାଇଛି । ଏହା ଛଡା ଅନ୍ୟ ପିଲାମାନଙ୍କ ପାଖରେ କୌଣସି ଲକ୍ଷଣ ଦେଖାଯାଇ ନାହିଁ । ତାଙ୍କୁ ବର୍ତ୍ତମାନ ପର୍ଯ୍ୟବେକ୍ଷଣରେ ରଖାଯାଇଥିବା ସୂଚନା ଦିଆଯାଇଛି ।

ତେବେ ଏହା ହେଉଛି ଏକ ମସ୍ତିଷ୍କଜନିତ ରୋଗ ଯାହା ମଶା ଆଉ ଘୁଷୁରୀ ଠାରୁ ବ୍ୟାପିଥାଏ । ଏହାଦ୍ୱାର ଜର ହୋଇଥାଏ । ସ୍ଥାନୀୟ ଅଞ୍ଚଳରେ ଦୃଷ୍ଟି ଦେବାକୁ ଭେଟେରାନ ବିଭାଗକୁ କୁହାଯାଇଛି ।

ଏହି ଘଟଣାରେ ନୀଳଗିରି ର ଜଣେ କନ୍ୟା ୧୭ ତାରିଖରେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି ।ଆଜି ଜନସ୍ୱାସ୍ଥ୍ୟ ବିଭାଗ ସ୍ଥାନକୁ ଯାଇ ସ୍ଥିତି ପରୀକ୍ଷା କରିବେ । ଏହା ସହିତ ଏହି ରୋଗ ମୁଖ୍ୟତଃ ଘୁଷୁରୀ ଦ୍ୱାରା ବ୍ୟାପୁଥିବାରୁ ସେହି ସ୍ଥାନ ପାଖାପାଖି ଏହି ପଶୁ ଅଛନ୍ତି କି ନାହିଁ ତାହା ଚିହ୍ନିତ କରାଯିବ । ଯଦି ମିଳିଲା ତେବେ ଏହାକୁ କିପରି ରୋକା ଯିବ ତାହା ଉପରେ କାର୍ଯ୍ୟ କରାଯିବ ।

Get real time updates directly on you device, subscribe now.