fbpx

ଜିମରେ ମହିଳାଙ୍କ ଅପେକ୍ଷା ପୁରୁଷଙ୍କୁ ହାର୍ଟ ହାଟାକ୍ ଆସିବାର କାହିଁକି ରହିଥାଏ ଅଧିକ ବିପଦ ? ଜାଣନ୍ତୁ କାରଣ

Advertisement

ନିକଟରେ ଅନେକ କଳାକାର ହାର୍ଟ ଆଟାକ୍ ଆସିବା କାରଣରୁ ମୃତ୍ୟୁବରଣ କରିଛନ୍ତି । ସେମାନେ ଫିଟ୍ ଥିଲେ ବି ତାଙ୍କୁ ହାର୍ଟ ଆଟାକ୍ ଆସିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । କିନ୍ତୁ ୪୦ ବର୍ଷ ବୟସ ଅତିକ୍ରମ କରିଥିବା ଅଭିନେତ୍ରୀମାନେ ଜିମରେ ୱାର୍କଆଉଟ କରିବା ବେଳେ ହାଟା ଆଟାକର ଶିକାର ହେବା ଘଟଣା ଆପଣ କ୍ୱଚିତ୍ ଶୁଣିଥିବେ । ମହିଳାଙ୍କ ଶରୀରରେ ଏପରି କ’ଣ ସୁରକ୍ଷା କବଚ ରହିଛି, ଯେଉଁଥିପାଇଁ ସେମାନେ ହାର୍ଟା ଆଟାକ୍ ଭଳି ରୋଗର କମ୍ ଶିକାର ହୁଅନ୍ତି ।

ମହିଳାମାନେ କାହିଁକି ସୁରକ୍ଷିତ?
ଆପଣ ପ୍ରାୟତଃ ଦେଖିଥିବେ ଯେ, ଅନେକ ମହିଳା ଉଭୟ ପରିବାର ଏବଂ ଅଫିସ୍ ଦାୟିତକୁ ଏକାଠି ଦେଖନ୍ତି, ଫଳରେ ସେମାନେ ଡବଲ ଷ୍ଟ୍ରେସରେ ରୁହନ୍ତି, କିନ୍ତୁ ଏହା ସେମାନଙ୍କ ହାର୍ଟକୁ ଅଧିକ ପ୍ରଭାବିତ କରିନଥାଏ । ବାସ୍ତବରେ ପିରିୟଡ ଯୋଗୁଁ ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ସୁରକ୍ଷିତ ରୁହନ୍ତି । ଅବଶ୍ୟ ଋତୁସ୍ରାବ ପରେ ମହିଳାଙ୍କ ଶରୀରର ସ୍ଥିତି ବଦଳିଯାଏ ।

ମହିଳା ଶରୀରରେ ପ୍ରୋଜେଷ୍ଟେରନ୍ ଏବଂ ଇଷ୍ଟ୍ରୋଜେନ୍ ନାମକ ହରମୋନ୍ ସ୍ତର ସେପର୍ଯ୍ୟନ୍ତ ବଜାୟ ରୁହେ, ଯେପର୍ଯ୍ୟନ୍ତ ସେମାନେ ପିରିୟଡ ବୟସରେ ରହିଥାନ୍ତି । ମେନୋପାଜ୍ ପର୍ଯ୍ୟାୟରେ ପହଞ୍ଚିବା ପରେ, ଏହି ହରମୋନର ସ୍ତର କମିବା ଆରମ୍ଭ କରେ, ଯାହା ହାର୍ଟ ଆଟାକର ଆଶଙ୍କାକୁ ବଢ଼ାଇଥାଏ । ଇଷ୍ଟ୍ରୋଜେନ୍ ମହିଳାମାନଙ୍କର ରକ୍ତ ସଞ୍ଚାଳନକୁ ସହଜ କରିଥାଏ, ଯେଉଁଥିପାଇଁ ରକ୍ତ ସଞ୍ଚାଳନ ସଠିକ୍ ଭାବରେ ହୋଇଥାଏ ଓ ହାର୍ଟର କିଛି କ୍ଷତି ହୋଇନଥାଏ ।

ଜିମରେ ସତର୍କତା :-
ପ୍ରାୟତଃ ଆପଣ ନିଶ୍ଚିତ ଦେଖିଥିବେ ଯେ, ପୁରୁଷମାନେ ସେମାନଙ୍କର ମାଂସପେଶୀ ଏବଂ ଆବସ୍ କରିବା ପାଇଁ ଅତ୍ୟଧିକ ବ୍ୟାୟାମ କରନ୍ତି, ଯେଉଁ କାରଣରୁ ହାର୍ଟ ଶୀଘ୍ର ପମ୍ପ କରିଥାଏ ଏବଂ ଏହି କାରଣରୁ ଅନେକ ଥର ହାର୍ଟ ଆଟାକ୍ ଆସିଥାଏ ।

Get real time updates directly on you device, subscribe now.