fbpx

ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ ନକଲେ ବି ଟି-୨୦ ବିଶ୍ୱ କପରେ ଭାରତୀୟ ଦଳକୁ କିଛି ଫରକ ପଡିବ ନାହିଁ: କପିଲ୍ ଦେବ

ନୂଆଦିଲ୍ଲୀ : ପାକିସ୍ତାନ ବିପକ୍ଷ ମୁକାବିଲା ପୂର୍ବରୁ ଭାରତ ନିଜର ପ୍ରସ୍ତୁତି ଚଳାଇଛି । ଏହି କ୍ରମରେ ବୁଧବାର ଭାରତ ନିଜର ଦ୍ୱିତୀୟ ଅଭ୍ୟାସ୍ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭେଟିବ । ହେଲେ ଭାରତ ପାଇଁ ସବୁଠୁ ବଡ ଚିନ୍ତାର କାରଣ ପାଲଟିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ସେ ଏ ପର୍ଯ୍ୟନ୍ତ ବୋଲିଂ କରି ନଥିବାରୁ ତାଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯିବ କି ନାହିଁ ତାହା ଉପରୁ ପରଦା ହଟି ପାରି ନାହିଁ । ଏହା ମଧ୍ୟରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ କପିଲ ଦେବ କହିଛନ୍ତି, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ ନକଲେ ବି ଭାରତୀୟ ଦଳକୁ ଟି-୨୦ ବିଶ୍ୱ କପ ସମ୍ଭାବନା ଉପରେ କୌଣସି ଫରକ ପଡିବ ନାହିଁ । କିନ୍ତୁ ବିରାଟ କୋହଲିଙ୍କ ପାଇଁ ସଂଯୋଜନ ଏବଂ ବିକଳ୍ପ ଉପରେ ଫରକ ନିଶ୍ଚୟ ପଡିବ ବୋଲି କପିଲ୍ ଦେବ କହିଛନ୍ତି ।

ହାର୍ଦ୍ଦିକ ପାଣ୍ଡ୍ୟା ସୋମବାର ଇଂଲଣ୍ଡ ବିପକ୍ଷ ଅଭ୍ୟାସ୍ ମ୍ୟାଚରେ ବି ବୋଲିଂ କରିନଥିଲେ । ଏହା ପରେ ହିଁ କପିଲ୍ ଦେବଙ୍କ ଏହ ପ୍ରତିକ୍ରିୟା ସାମ୍ନାକୁ ଆସିଛି । କପିଲ୍ କହିଛନ୍ତି, ଜଣେ ଅଲରାଉଣ୍ଡର ଦଳ ପାଇଁ ଭିନ୍ନ ହୋଇଥାଏ । ହାର୍ଦ୍ଦିକ ବୋଲିଂ ନକଲେ ଦଳ ପାଇଁ ଅଲଗା ବିକଳ୍ପ ରହିଛି । କିନ୍ତୁ କୋହଲିଙ୍କ ପାଇଁ ଚୂଡାନ୍ତ ଏକାଦଶ ବାଛିବା ଏବଂ ଦଳ ସଂଯୋଜନାରେ ଏହାର ଫରକ ପଡିବ ।

ସେ ଏହା ମଧ୍ୟ କହିଛନ୍ତି, ଭାରତ ପାଖରେ ଅନେକ ପ୍ରତିଭାଶାଳୀ ଖେଳାଳି ଅଛନ୍ତି । ଯଦି ହାର୍ଦ୍ଦିକ ବୋଲିଂ ନକରନ୍ତି ତେବେ ଭାରତ କଣ ୬ ବୋଲର ସହ ପଡିଆକୁ ଓହ୍ଲାଇବ ? କଣ ହାର୍ଦ୍ଦିକଙ୍କୁ କେବଳ ଜଣେ ସ୍ୱତନ୍ତ୍ର ବ୍ୟାଟସମ୍ୟାନ ଭାବେ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯିବ ? ଏହା ଉପରେ ଏବେ ସଭିଙ୍କ ନଜର । ଆଜି ଦ୍ୱିତୀୟ ଅଭ୍ୟାସ୍ ମ୍ୟାଚରେ କେଉଁ ଖେଳାଳିଙ୍କୁ ନେଇ ଭାରତ ବିଶ୍ୱ କପ୍ ଅଭିଯାନ ଆରମ୍ଭ କରିବ ତାର ଚିତ୍ର କିଛିଟା ସ୍ପଷ୍ଟ ହୋଇପାରେ ।

Get real time updates directly on you device, subscribe now.