fbpx

କପିଲ ଶର୍ମା ତାଙ୍କ କମେଡି ଶୋ’ ପାଇଁ କେତେ ନିଅନ୍ତି ଟଙ୍କା? ଜାଣିଲେ ମୁଣ୍ଡ ବୁଲେଇବ

ନୂଆଦିଲ୍ଲୀ,୨୧ ।୧୧: ଦେଶର ପ୍ରସିଦ୍ଧ କମେଡିଆନ୍ କପିଲ ଶର୍ମାଙ୍କୁ କିଏ ବା ନଜାଣେ । ଗତ କିଛି ବର୍ଷରେ କପିଲଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି । କପିଲଙ୍କ ଶୋ ‘ଦି କପିଲ ଶର୍ମା ଶୋ’ ଟପ୍ ଟିଭି ଶୋରେ ସାମିଲ ରହିଛି । କିନ୍ତୁ ଆଜି ବି ଲୋକମାନଙ୍କ ମନରେ ପ୍ରଶ୍ନ ଉଠୁଛୁ ଯେ, କପିଲଙ୍କ ରୋଜଗାର କେତେ? ସେ ଏପିସୋଡ ପିଛା କେତେ ଟଙ୍କା ନିଅନ୍ତି? ଯଦି ଆପଣଙ୍କ ମନରେ ବି ଏପରି ପ୍ରଶ୍ନ ରହିଛି, ତେବେ ଆସନ୍ତୁ ଜାଣିବା ..

ମିଡିଆ ରିପୋର୍ଟ ମୁତାବକ, କପିଲ ଶର୍ମା ଶୋ ପାଇଁ କପିଲ ମୋଟା ଅଙ୍କର ଫିସ୍ ନେଉଛନ୍ତି । ସପ୍ତାହର ଶେଷ ଏପିସୋଡ ପାଇଁ ସେ ୧ କୋଟି ପାଖାପାଖି ଟଙ୍କା ନିଅନ୍ତି । ଶୋ’ର ୨ ଟି ଏପିସୋଡ ପ୍ରତ୍ୟେକ ଶନିବାର ଓ ରବିବାର ଦିନ ପ୍ରସାରିତ ହୋଇଥାଏ । କପିଲ ପ୍ରତ୍ୟେକ ଏପିସୋଡ ପାଇଁ ୫୦ ଲକ୍ଷ ଟଙ୍କା ଚାର୍ଜ କରନ୍ତି । ଆଉ ଏକ ରିପୋର୍ଟରୁ ଜଣାପଡିଛି ଯେ, କପିଲ ପୂର୍ବ ସିଜିନରୁ ତାଙ୍କ ଦରମା ୩୦% ବୃଦ୍ଧି କରିଛନ୍ତି । ଏହା ବ୍ୟତିତ କୃଷ୍ଣା ଅଭିଷେକ ଓ ଭାରତୀ ସିଂଙ୍କ ଦରମା କପିଲଙ୍କ ଠାରୁ ବହୁତ କମ୍ । କୃଷ୍ଣା ଓ ଭାରତୀଙ୍କୁ ୧୦ ଲକ୍ଷ ପାଖାପାଖୀ ଦରମା ମିଳୁଥିବା ସୂଚନା ମିଳିଛି ।

Get real time updates directly on you device, subscribe now.