fbpx

ରୋହିତ-ବିରାଟଙ୍କ ଉପରେ ବଡ ଅଭିଯୋଗ ଆଣିଲେ କପିଲ ଦେବ: କହିଲେ କିଛି ଏମିତି

ନୂଆଦିଲ୍ଲୀ: ଭାରତର ଦୁଇ ଷ୍ଟାର କ୍ରିକେଟରଙ୍କୁ ନେଇ ଉଠିଛି ପ୍ରଶ୍ନ । ଜଣେ ଅଧିନାୟକ ତ ଆଉ ଜଣେ ପୂର୍ବତନ ଅଧିନାୟକ । ଜଣଙ୍କୁ ହିଟମ୍ୟାନ ଭାବରେ ଦୁନିଆ ଜାଣେ ତ ଆଉ ଜଣେ ରନ ମେସିନ । କିନ୍ତୁ ଉଚିତ ସମୟରେ ଉଭୟ ଖେଳାଳି ହାତ ଟେକି ଦିଅନ୍ତି । ଜଣକ ଖାତାରେ ୩ଟି ଡବଲ ସେଞ୍ଚୁରୀ ଥିବା ବେଳେ ଆଉ ଜଣେ ଚେଜ ମାଷ୍ଟର । କିନ୍ତୁ ଦଳ ପାଇଁ ଯେତେବେଳେ ରନର ଆବଶ୍ୟକତା ହୋଇଥାଏ, ସେତେବେଳେ ଏହି ଦୁଇ ଖେଳାଳିଙ୍କ ବ୍ୟାଟ ଶାନ୍ତ ପଡିଯାଏ । ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏବଂ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ବିରୋଧରେ ଏମିତି ଏକ ଅଭିଯୋଗ ଆଣିଛନ୍ତି ପୂର୍ବତନ ଅଧିନାୟକ କପିଲ ଦେବ ।

Kapil Dev: Virat Kohli appeared to be under pressure

ଆସନ୍ତା ଅକ୍ଟୋବରରେ ଅଷ୍ଟ୍ରେଲିଆରେ ହେବାକୁ ଯାଉଛି ଟି-୨୦ ବିଶ୍ୱକପ-୨୦୨୨ । ତେବେ ଏହି ଟ୍ରଫି ଜିତିବା ପାଇଁ ହେଲେ ରୋହିତ ଏବଂ ବିରାଟଙ୍କୁ ନିଜ ଖେଳରେ ପରିବର୍ତ୍ତନ ଆଣିବାକୁ ହେବ ବୋଲି ପରାମର୍ଶ ଦେଇଛନ୍ତି କପିଲ ଦେବ । ଟି-୨୦ ଫର୍ମାଟରେ ବିରାଟ, ରୋହିତଙ୍କ ସହ କେ.ଏଲ ରାହୁଲ ମଧ୍ୟ ଖେଳରେ ସୁଧାର ଆଣିବା ଉଚିତ ବୋଲି ସେ କହିଛନ୍ତି । ଉଭୟଙ୍କୁ ଅଧିକ ଚାପଗ୍ରସ୍ତ ହୋଇ ଖେଳିବାର ଆବଶ୍ୟକତା ନାହିଁ । ନିର୍ଭୟରେ କ୍ରିକେଟ ଖେଳିବା ସହ ଦଳ ପାଇଁ ଏକ ବଡ ସ୍କୋର କରିବାର ଆବଶ୍ୟକତା ରହିଛି । ତେବେ ଏହି ସମସ୍ତ ଖେଳାଳି ୧୫୦-୧୬୦ ଷ୍ଟ୍ରାଇକ ରେଟରେ ଖେଳିପାରିବେ ବୋଲି ଆଶା ରହିଛି । କିନ୍ତୁ ଯେତେବେଳେ ଦଳକୁ ଏହି ରନର ଆବଶ୍ୟକତା ରହିଥାଏ, ଏମାନେ ଆଉଟ ହୋଇଯାଆନ୍ତି । ଏମାନଙ୍କ ବ୍ୟାଟ ଶାନ୍ତ ପଡିଯାଏ । ଯାହାଦ୍ୱାରା ଦଳ ଉପରେ ଏକ ଚାପ ମଧ୍ୟ ବଢିଯାଏ ।

Osman Samiuddin: What I think about when I watch Virat Kohli and Rohit Sharma

ତେବେ ବଡ ରେପ୍ୟୁଟେସନ ଗୁରୁତ୍ୱପୂର୍ଣ୍ଣ ନୁହେଁ । ତେବେ ଗତ କିଛି ଦିନରୁ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ଫର୍ମ ବାହାରେ ରହିଛନ୍ତି । ଏପରିକି ଚଳିତବର୍ଷ ଆଇପିଏଲରେ ମଧ୍ୟ ଉଭୟଙ୍କ ବ୍ୟାଟ ଏକଦମ ଶାନ୍ତ ରହିଥିଲା । ଭଲ ଆରମ୍ଭ କରିବା ସହିତ ଏକ ବଡ ରନ କରିବାରେ ବାରମ୍ବାର ଫେଲ ମାରୁଛନ୍ତି ଏହି ଦୁଇ ଖେଳାଳି ।

Get real time updates directly on you device, subscribe now.