fbpx
BJD
BJD SKY
BJD SKY

ରେଳଷ୍ଟେସନରେ ଖଞ୍ଜା ଯାଇଥିଲା ଟାଇମ ବମ୍‌, ଆତଙ୍କବାଦୀ ରଚିଥିଲେ ବଡ ଷଡଯନ୍ତ୍ର

BJD

ନୂଆଦିଲ୍ଲୀ:ପାକିସ୍ତାନର କରାଚୀ କାଣ୍ଟ ରେଳ ଷ୍ଟେସନରେ ଏକ ବଡ ଧରଣର ଆତଙ୍କବାଦୀ ଯୋଜନାକୁ ପଣ୍ଡ କରି ଦିଆଯାଇଛି । କରାଚୀ ପୋଲିସର ସୂଚନା ଅନୁସାରେ କାଣ୍ଟ ରେଳ ଷ୍ଟେସନରେ ଟାଇମ୍ ବମ୍ ଫିଟ୍ କରିଦିଆଯାଇଥିଲା । କିନ୍ତୁ ଏହା ଫାଟିବା ପୂର୍ବରୁ ସୁରକ୍ଷାବଳ ସଫଳତାପୂର୍ବକ ବମ୍‌କୁ ନିଷ୍କ୍ରିୟ କରି ଦେଇଥିଲେ । ପାକିସ୍ତାନରେ ସିନ୍ଧ ଆତଙ୍କବାଦ ନିରୋଧକ ବିଭାଗ (ସିଟିଡି) ଦେଶର ସବୁଠାରୁ ବଡ ସହର କରାଚୀର ମୁଖ୍ୟ ରେଳଷ୍ଟେସନରେ ଏକ ଟ୍ରେନରେ ଟାଇମ୍ ବମ୍ ମିଳିବା ପରେ ତାକୁ ନିଷ୍କ୍ରିୟ କରି ଦେଇଛନ୍ତି । ଫଳରେ ଏକ ବଡ ଦୁର୍ଘଟଣାରୁ ସମସ୍ତେ ବଞ୍ଚି ଯାଇଛନ୍ତି ।

ସିଟିଡିର ଉପମହାନୀରିକ୍ଷକ ଅସଦ ରାଜା କହିଛନ୍ତି ଶୁକ୍ରବାର ଏକ ବ୍ୟାଗରୁ ଏକ ଆଇଇଡି ମିଳିଥିଲା ଯାହା କରାଚୀ କାଣ୍ଟ ଷ୍ଟେସନ ପହଞ୍ଚିଥିବା ପେଶୱାର ଏକ୍ସପ୍ରେସର ଏକ ସିଟ୍ ତଳେ ରଖାଯାଇଥିଲା । ବ୍ୟାଗ ଶୁକ୍ରବାର ରାତି ୯ଟା ସମୟରେ ମିଳିଥିଲା ଯେଉଁଥିରେ ବ୍ୟାଟେରୀ, ତାର ଓ ସ୍ୱିଚ୍ ସହ ଜଡିତ ଟାଇମ ବମ୍ ଥିଲା । ଏହାପରେ ସେହି ଟାଇମ୍ ବମ୍‌କୁ ଦୂରକୁ ନିଆଯାଇ ନିଷ୍କ୍ରିୟ କରି ଦିଆଯାଇଥିଲା । ଅସଦ ରାଜା କହିଛନ୍ତି ଆଇଇଡି ଉପକରଣରେ ଅତି କମ୍‌ରେ ଦୁଇ କିଲୋ ବିସ୍ଫୋଟକ ସାମଗ୍ରୀ ଥିଲା ।

କାଣ୍ଟ କରାଚୀର ଏକ ବ୍ୟସ୍ତ ଷ୍ଟେସନ ଅଟେ । ଏଠାରେ ମୋଟ ୫ଗୋଟି ପ୍ଲାଟଫର୍ମ ରହିଛି । ଏହି ଷ୍ଟେସନରେ ପ୍ରତିଦିନ ହଜାର ହଜାର ଯାତ୍ରୀ ଓ ମାଲବାହାକ ଟ୍ରେନ ଯା’ଆସ କରିଥାନ୍ତି ।

Get real time updates directly on you device, subscribe now.