fbpx

ଲକ୍ଷ୍ୟର ଖୁବ ନିକଟରେ ଭାରତର ‘ସୋଲାର ମିଶନ୍’: Aditya-L1 ଉପରେ ଇସ୍ରୋର ବଡ଼ ସୂଚନା

ନୂଆଦିଲ୍ଲୀ: ଭାରତର ପ୍ରଥମ ସୋଲାର ମିଶନ୍ ‘ଆଦିତ୍ୟ ଏଲ-୧’ ବର୍ତ୍ତମାନ ସଫଳତାର ଖୁବ ନିକଟରେ ପହଞ୍ଚିଛି । ଖୁବଶୀଘ୍ର ଭାରତର ହି ମିଶନ୍ ସୂର୍ଯ୍ୟପୃଷ୍ଠରେ ପାଦ ଥାପିବ ବୋଲି ଇସ୍ରୋ ମୁଖ୍ୟ ସୂଚନା ଦେଇଛନ୍ତି । ଇସ୍ରୋର ଅଧ୍ୟକ୍ଷ ସୋମନାଥ କହିଛନ୍ତି ଯେ, ଆସନ୍ତା ଜାନୁୟାରୀ ୬ ତାରିଖ ସୁଦ୍ଧା ଆଦିତ୍ୟ ଏଲ୧ ଲେଙ୍ଗ୍ରିଜିୟନ୍ ପଏଣ୍ଟରେ ପହଞ୍ଚିବ ବୋଲି ଆଶା କରାଯାଉଛି । ତେବେ ଉଚିତ ସମୟରେ ଏହାର ସଠିକ ସୂଚନା ଦିଆଯିବ ବୋଲି କହିଛନ୍ତି ଇସ୍ରୋର ଅଧ୍ୟକ୍ଷ । ଭାରତୀୟ ବିଜ୍ଞାନ ସମ୍ମିଳନୀରେ ଗଣମାଧ୍ୟମ ସହ ଆଲୋଚନା କରିବା ସମୟରେ ଏ ନେଇ ସୂଚନା ଦେଇଛନ୍ତି ଇସ୍ରୋ ପ୍ରମୁଖ ଏସ. ସୋମନାଥ ।

ଇସ୍ରୋ ଅଧ୍ୟକ୍ଷ କହିଛନ୍ତି ଯେ, ଏଲ୧ ପଏଣ୍ଟରେ ପହଞ୍ଚିବା ସମୟରେ ଇଞ୍ଜିନକୁ ପୁଣିଥରେ ଫାୟାର କରିବାକୁ ପଡ଼ିବ । ଏହାଦ୍ୱାରା ମିଶନ୍ ଅଧିକ ଆଗକୁ ଯାଇ ପାରିବ ନାହିଁ । ତେବେ ଥରେ ଏଠାରେ ପହଞ୍ଚିବା ପରେ ଆଦିତ୍ୟ ଏଲ୧ ଏଠାରେ ବୁଲିବା ଆରମ୍ଭ କରିବ । ତେବେ ସେଠାରେ ପହଞ୍ଚିବା ପରେ ଆଦିତ୍ୟ ଏଲ୧ ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ସୂର୍ଯ୍ୟପୃଷ୍ଠରେ ଘୂରି ବୁଲିବା ସହ ଏଠାକାର ଗତିବିଧି ସମ୍ପର୍କରେ ତଥ୍ୟ ପଠାଇବ । ତେବେ ଏହା ଏକଜୁଟ କରିଥିବା ସମସ୍ତ ତଥ୍ୟ ଭାରତ ସହିତ ସାରା ଦୁନିଆ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ ହେବ । ଏହି ରେକର୍ଡରୁ ସୂର୍ଯ୍ୟର ଡାଇନେମିକ୍ସ ଏବଂ ମଣିଷର ଜୀବନ ଉପରେ ଏହାର ପ୍ରଭାବ ବିଷୟରେ ଜାଣିବାକୁ ମିଳିବ । ଏହାପରେ ଇସ୍ରୋ ଅଧ୍ୟକ୍ଷ ସୋମନାଥ କହିଛନ୍ତି ଯେ, ଜ୍ଞାନକୌଶଳ କ୍ଷେତ୍ରରେ ଭାରତ ଯେଉଁଭଳି ଭାବରେ ଶକ୍ତିଶାଳୀ ହେଉଛି, ଏହା ସେଥିରେ ଖୁବ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇବ ।

ସୋଲାର ମିଶନ୍ ବ୍ୟତୀତ ଇସ୍ରୋ ଅଧ୍ୟକ୍ଷ ଏସ.ସୋମନାଥ ଭାରତର ପ୍ରଥମ ସ୍ପେସ ଷ୍ଟେସନ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି । ଏହି ସ୍ପେସ ଷ୍ଟେସନର ନାମ ଭାରତୀୟ ସ୍ପେସ ଷ୍ଟେସନ ନାମରେ ନାମିତ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଅନ୍ତରୀକ୍ଷ କ୍ଷେତ୍ରରେ ଏକ ନୂଆ ପିଢୀର ଉଦୟ ଦେଖାଯାଉଛି । ନୂଆ ପିଢୀ ନିକଟରେ ଅର୍ଥବ୍ୟବସ୍ଥାର ସମର୍ଥନ, ପ୍ରୋତ୍ସାହନ ଏବଂ ନିର୍ମାଣ କରିବାକୁ ଯାଉଛୁ । ଏସ. ସୋମନାଥ କହିଛନ୍ତି ଯେ, ଭାରତ ସମସ୍ତ କ୍ଷେତ୍ରରେ ଲିଡର ହୋଇ ପାରିବ ନାହିଁ । କିନ୍ତୁ ଯେଉଁଠାରେ ଏହା ସମ୍ଭବ ହୋଇ ପାରିବ, ଦେଶକୁ ସେହି କ୍ଷେତ୍ରଗୁଡ଼ିକରେ ଫୋକସ କରିବା ଆବଶ୍ୟକତା ରହିଛି ।

Get real time updates directly on you device, subscribe now.