fbpx

ଗିରଫ ହେଲେ କରଞ୍ଜିଆ ତହସିଲଦାର, ଲାଞ୍ଚ ନେଇଥିବାର ହୋଇଥିଲା ଅଭିଯୋଗ

କରଞ୍ଜିଆ: କରଞ୍ଜିଆ ତହସିଲଦାର ବାର୍ଲସ ନାୟକଙ୍କୁ ଗିରଫ କରାଯାଇଛି । ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛନ୍ତି । .. ପକ୍ଷରୁ ଜମି ଅଧିକରଣ ବେକ୍ ଦେବାକୁ ଲାଞ୍ଚ ନେବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ଚାର୍ଲସ ନାୟକ ୧୦ ଲକ୍ଷ ଓ ୨ ଲକ୍ଷ ଟଙ୍କାର ଦୁଇଟି ଚେକ୍ ନେଇ ଗିରଫ ହୋଇଛନ୍ତି । ଗତ କାଲି ଚାର୍ଲସ୍ ନାୟକ ଭିଜିଲାନ୍ସ ହାତରେ ଧରା ପଡିଥିଲେ । ଏନଏଚଏଆଇ ପକ୍ଷରୁ ଜମି ଅଧିଗ୍ରହଣ ଚେକ୍ ଦେବାକୁ ଜଣେ ବ୍ୟଞ୍କିଙ୍କ ଠାରୁ ୧୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ ।

ଏହାପରେ ତହସିଲଦାରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା । କରଞ୍ଜିଆରେ ୩ଟି ଓ ଭଦ୍ରକରେ ଗୋଟଏ ସ୍ଥାନରେ ଭିଜିଲାନ୍ସ ଚଢାଉ କରିଥିଲା । ଏହି ଚଢାଉ ବେଳେ, ଏସପି, ୭ ଡିଏସପି, ୩ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀ ଏଥିରେ ସାମିଲ ଥିଲେ । ବର୍ତ୍ତମାନ ସମସ୍ତ ଜାଂଚ ପରେ ପୋଲିସ ତହସିଲଦାରଙ୍କୁ ଗିରଫ କରାଯାଇଛି ।

Get real time updates directly on you device, subscribe now.