fbpx
BSKY
BJD MC SKY
BJD YOUTH SKY

କରୀନାଙ୍କ ୩ୟ ସନ୍ତାନକୁ ଦେଖି ମୁଣ୍ଡରେ ହାତ ଦେଲେଣି ସବୁ; ଆପଣ ଦେଖି ନିଅନ୍ତୁ…

ଓଡ଼ିଶା ଭାସ୍କର ବ୍ୟୁରୋ: ବେଗମ୍ କରୀନା। ହଁ କରୀନା କପୁର୍ ଖାନ୍। ସୈଫ୍ ଙ୍କ ସହ ଦାମ୍ପତ୍ୟ ଜୀବନରେ ପାଇଲେଣି ୩ଟି ସନ୍ତାନ। ହଁ… ଆପଣ ତାଙ୍କ ୨ୟ ସନ୍ତାନର ମୁହଁ ସୋସିଆଲ୍ ମିଡିଆରେ ଦେଖୁ ଦେଖୁ ଜମାରୁ ୩ୟ ସନ୍ତାନ କଥା ଦେଖି ନଥିବେ କି ଭାବି ନଥିବେ। ଆମେ କିନ୍ତୁ ଦେଖାଇବୁ…

ଆଜ୍ଞା; ବଡ଼ଘର ବଡ଼ ଗୁମର। ତା ଛଡ଼ା କାହା ପ୍ରାଇଭେସି କଥା ବା ବେଡରୁମ୍ କଥା କହିବାକୁ କିଏ ସାହସ କରିବ? ହେଲେ ଅଭିନେତ୍ରୀ କରୀନା ନିଜେ ଦେଖାଇଲେ ତାଙ୍କ ୩ୟ ସନ୍ତାନ ମୁହଁ। ଗର୍ଭବତୀ କାଳରେ ସେକ୍ସ ଲାଇଫ୍ କଣ କେମିତି ବୋଲି ସମସ୍ତେ ଭାବନ୍ତି; କରନ ଜୋହର ବି କରୀନାଙ୍କୁ ପଚାରିଦେଲେ; ହେଲେ ସେ ଯେ ପୂରା #ପ୍ରେଗେନାନ୍ସୀ_ବାଇବେଲ୍ ଥୋଇଦେବେ କିଏ ଜାଣିଥିଲା! ହଁ ଏହା ହିଁ କରୀନାଙ୍କ ୩ୟ ସନ୍ତାନ। ଲୋକେ କିନ୍ତୁ ନାନା କଥା କହିବା ସହ ସୋସିଆଲ୍ ମିଡିଆରେ ଟ୍ରୋଲ୍ କରିବା ଆରମ୍ଭ କରିଦେଲେଣି।

ଅସଲ କଥା ହେଲା; କରୀନା କପୁର୍ ୩ୟ ସନ୍ତାନ ଭାଭେ ରାଙ୍କ ମାନସ(ମାନସୀ) କନ୍ୟା #ପୁସ୍ତକକୁ ସ୍ୱୀକାର କରିଛନ୍ତି। ଏହା ପ୍ରତ୍ୟେକ ଦମ୍ପତିଙ୍କ ଲାଗି ଏକ ପ୍ରେରଣାଦାୟୀ ପୁସ୍ତକ ହୋଇପାରିବ ବୋଲି ମଧ୍ୟ ଅନେକ କହୁଛନ୍ତି। କାରଣ; କରୋନା କାଳ ମଧ୍ୟରେ ସେକ୍ସ, ଗର୍ଭବତୀ, ଆଉ ପିଲାଙ୍କୁ ନେଇ ଅନେକ ଦ୍ୱନ୍ଦ୍ୱ ରହିଆସିଛି ସାଧାରଣରେ। ସେହିପରି ଗର୍ଭବତୀ ବେଳେ ସ୍ୱାମୀଙ୍କୁ ନେଇ ସେକ୍ସ ଓ ସେ ସମ୍ପର୍କିତ କଥାରେ ମଧ୍ୟ ବାଟ ହୁଡ଼ୁଛନ୍ତି ଅନେକ। ଏଣୁ ଅଭିନେତ୍ରୀ କରୀନାଙ୍କ ଏହି ୩ୟ ସନ୍ତାନ ବା ପୁସ୍ତକ ସମସ୍ତଙ୍କ ଲାଗି ଏକ ଉଦାହରଣ ଆଉ ପ୍ରେରଣାଦାୟୀ ହୋଇପାରେ।

Get real time updates directly on you device, subscribe now.