fbpx

ଭାରତ-ପାକ୍ ଯୁଦ୍ଧ ଅକ୍ଟୋବରରରେ; ଜାଣନ୍ତୁ କେମିତି ଚାଲିଛି ପ୍ରସ୍ତୁତି…

ଓଡ଼ିଶା ଭାସ୍କର ବ୍ୟୁରୋ: ପୁଣିଥରେ ଯୁଦ୍ଧ ହେବ। ଆଉ ଏହି ଲଢେଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହ ହେବ। ଗତ ଯୁଦ୍ଧରେ ହାରିଥିଲା ପାକ୍ ଆଉ ଏଥର ବି ମାଟି ଚଟାଇବାକୁ ପ୍ରସ୍ତୁତ ହେଉଛି ଭାରତ। ଲଢେଇ ଆସନ୍ତା ଅକ୍ଟୋବରରେ ହେବ ବୋଲି ସୂଚନା ମିଳିଛି।

କଣ ମିଛ ଭାଭୁଛନ୍ତି କି? ସତରେ ହବ ଲଢେଇ। ମୈଦାନ ବି ପ୍ରସ୍ତୁତ ହୋଇଛି। ଦୁବାଇ ଦବ ଲଢିବାକୁ ସ୍ଥାନ। ଆଉ ସାମ୍ନା-ସାମ୍ନି ହେବେ ଭାରତ-ପାକ୍। ଖାସ୍ ଏଥିଲାଗି ଖେଳ ପ୍ରେମୀଙ୍କ ଉତ୍ସାହ ବଢି ଯାଇଛି। ବିଶେଷକରି T-20 Lovers ନଖ ଘଷିବା ଆରମ୍ଭ କରିଦେଲେଣି।

କହିରଖୁଛୁ; ୨୦୧୯ ଜୁନ୍ ରେ ଭାରତ-ପାକ୍ କ୍ରିକେଟ୍ ଲଢେଇ ହୋଇଥିଲା। ତାହା ଥିଲା ବିଶ୍ୱକପ୍। ଭାରତ ତ ଜିତିଥିଲା ଆଉ ମାଟି କାମୁଡ଼ିଥିଲେ ପାକ୍ ବାହିନୀ। ଏବେ ପୁଣି ଅପେକ୍ଷା କରନ୍ତୁ ଆସନ୍ତା ଅକ୍ଟୋବର ୨୪ ତାରିଖ; ବିରାଟ ବାହିନୀ ପୁଣି ଜିତିବ ବୋଲି ବିଶେଷଜ୍ଞ ମତ ଦେଉଛନ୍ତି।

 

Get real time updates directly on you device, subscribe now.