fbpx
BSKY SKY
BSKY SKY

ପୂର୍ବରୁ ମଧ୍ୟ ଆସିଥିଲା କରୋନା; ପ୍ରମାଣ କରୁଛି ଏହି ମୂର୍ତ୍ତି

BSKY

ନୂଆଦିଲ୍ଲୀ:କରୋନା ଭାଇରସ୍ର ପ୍ରାଦୁର୍ଭାବ ସହିତ ମାସ୍କର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି । ତେବେ ଜାଣିଲେ ଆର୍ଶ୍ଚ୍ୟ ହେବେ ମାସ୍କର ବ୍ୟବହାର ନୂଆ ନୁହେଁ । ମଧ୍ୟୁଗରେ ମଧ୍ୟ ମାସ୍କର ବ୍ୟବହାର ହେଉଥିଲା । ୟୁକେରୁ ଆବିଷ୍କୃତ ୧୪ଶହ ଖ୍ରୀଷ୍ଟାବ୍ଦର ଏକ ମୂର୍ତ୍ତିକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଆବିଷ୍କୃତ ପଥର ମୂର୍ତ୍ତିଟି ଏକ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି ।

ଇଂଲଣ୍ଡର ହେର୍ଟଫୋର୍ଡଶାୟାର ସ୍ଥିତ ସେଣ୍ଟ ଆଲବାନ୍ସ କ୍ୟାଥେଡ୍ରାଲରେ ଖନନ ସମୟରେ ଏହି ମୂର୍ତ୍ତିଟି ମିଳିଛି । ଏହି କ୍ୟାଥେଡ୍ରାଲଟି ୧୧ଶହ ଶତାବ୍ଦୀରେ ନିର୍ମିତ ହୋଇଥିବା ବେଳେ ୧୧୧୫ରେ ଏହାର ନିର୍ମାଣ ସମାପ୍ତ ହୋଇଥିଲା । ଏହି ମୂର୍ତ୍ତିଟି କ୍ରିଷ୍ଟିଆନ୍ ସନ୍ଥ ଆମ୍ଫିବାଲୁସଙ୍କର ବୋଲି ଅନୁମାନ କର।।ଉଛି । ୨୦୨୦-୨୧ରେ ଭଗ୍ନାବଶେଷର ମରାମତି ସମୟରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଏହି ମୂର୍ତ୍ତିରେ କେବଳ ଆଖି ନଜର ଆସୁଥିବା ବେଳେ ମୁହଁର ଅନ୍ୟ ଅଂଶ ମାସ୍କରେ ଆବୃତ ରହିଛି । ୧୪ ଶହ ଖ୍ରୀଷ୍ଟାବ୍ଦରେ ମଧ୍ୟ କରୋନା ପରି ମହାମାରୀ ହୋଇଥିବା ଏହି ପଥର ମୂର୍ତ୍ତିରୁ ଅନୁମାନ ଲଗ।।ଉଛି ।

Get real time updates directly on you device, subscribe now.