fbpx
BJD SKY
BJD SKY

ସାଉଥ୍ ଫିଲ୍ମରେ ଡେବ୍ୟୁ କରିବେ କରୀନା କପୁର, ଏହି ସୁପରଷ୍ଟାରଙ୍କ ସହ କରିବେ ଧମାଲ

BJD

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ କରୀନା କପୁର ଖାନ୍ ତାଙ୍କର ଆଗାମୀ ଫିଲ୍ମ ‘ଦି କ୍ରୁ’ କୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି । ଏଥିମଧ୍ୟରେ କରୀନାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସେ ଖୁବ୍ ଶୀଘ୍ର ଦକ୍ଷିଣ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଖବର ଶୁଣି ତାଙ୍କ ପ୍ରଶଂସକଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି ।

ବଲିଉଡ଼ ଇଣ୍ଡଷ୍ଟ୍ରିର ‘ବେବୋ’ ସାଉଥ୍ ସୁପରଷ୍ଟାର ୟଶଙ୍କ କନ୍ନଡ଼ ଫିଲ୍ମ ‘ଟକସିକ୍’ ରେ ନଜର ଆସିବେ । ଏନେଇ କରୀନା ସ୍ପଷ୍ଟ କରିଛନ୍ତି । ନିକଟରେ କରୀନା ତାଙ୍କ ପ୍ରଶଂସକଙ୍କ ସହ ‘ଜୁମ୍’ କଲରେ କଥାବାର୍ତ୍ତା ହୋଇଥିଲେ । ସେ ଫିଲ୍ମର ନାଁ ନ ଜଣାଇ କହିଥିଲେ, ‘ମୁଁ ଏକ ବଡ଼ ଦକ୍ଷିଣ ଫିଲ୍ମ କରିବାକୁ ଯାଉଛି । ଏହା ଏକ ପ୍ୟାନ୍ ଇଣ୍ଡିଆ ଫିଲ୍ମ ଥିବାରୁ ଶୁଟିଂ କେଉଁଠି ହେବ କିଛି ଜଣାନାହିଁ । ମୁଁ ପ୍ରଥମ ଥର ପାଇଁ ଏମିତି କିଛି କରୁଥିବାରୁ ବହୁତ ଉତ୍ସାହିତ ।’ ତେବେ ନିର୍ମାତାମାନେ ଫିଲ୍ମ ସମ୍ପର୍କରେ କୌଣସି ସରକାରୀ ଘୋଷଣା କରିନାହାଁନ୍ତି । ଯଦି ଏପରି ହୁଏ ତେବେ ପରଦାରେ ୟଶ ଏବଂ କରୀନାଙ୍କ ଜୋଡ଼ି ପ୍ରଶଂସକମାନଙ୍କ ପାଇଁ କୌଣସି ଟ୍ରିଟରୁ କମ୍ ହେବ ନାହିଁ । କହିରଖଛୁ ସାଉଥ୍ ସୁପରଷ୍ଟାର ୟଶ ନିଜ ଆଗାମୀ ଫିଲ୍ମ ‘ଟକସିକ୍’ ବିଷୟରେ ଘୋଷଣା କରିଥିଲେ । ୨୦୨୫ ଏପ୍ରିଲ ୧୦ରେ ଏହି ଫିଲ୍ମ ରିଲିଜ୍ ହେବ । ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ନ୍ୟାସନାଲ ଆୱାର୍ଡ଼ ବିଜେତା ଗୀତୁ ମୋହନଦାସ ।

Get real time updates directly on you device, subscribe now.