fbpx

NIPM, ଉତ୍କଳ ଚ୍ୟାପଟରର ୪୪ତମ ପ୍ରତିଷ୍ଠା ଦିବସ ପାଳିତ, ସମସାମୟିକ ସମୟରେ HR ମୌଳିକତା ଏବଂ ଏହାର ପ୍ରାସଙ୍ଗିକତା ଉପରେ ଆଲେକପାତ କରିଥିଲେ ବିଶିଷ୍ଟ ଅତିଥି

ଭୁବନେଶ୍ୱର: ନ୍ୟାସନାଲ ଇନ୍ସଟିଚ୍ୟୁଟ୍ ଅଫ୍ ପର୍ସୋନେଲ୍ ମ୍ୟାନେଜମେଣ୍ଟ(NIPM), ଉତ୍କଳ ଚ୍ୟାପଟର୍ ଏହାର ୪୪ତମ ପ୍ରତିଷ୍ଠା ଦିବସ ଟ୍ରାଇଡେନ୍ଟ ଏକାଡେମୀ ଅଫ୍ ଟେକ୍ନୋଲୋଜିରେ ପାଳନ କରିଛି । ଚଳିତ ବର୍ଷ ପ୍ରତିଷ୍ଠା ଦିବସର ଥୀମ୍ ରହିଛି ‘Back to Basics’(B2B) । ଶିଳ୍ପ ଇଣ୍ଡଷ୍ଟ୍ରିର ପ୍ରଫେସନାଲ ତଥା ନାଲକୋର ପୂର୍ବତନ ସିଏମ୍ଡି ଡା. ତପନ କୁମାର ଚାନ୍ଦ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ । ତାଙ୍କ ସହ ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫେସର ଡା. ସନ୍ତୋଷ କୁମାର ତ୍ରିପାଠୀ, ବାଲେଶ୍ୱର Alloysର ସଭାପତି HR ଡା. ସ୍ୱରୂପ ମହାନ୍ତି, NIPM ଉକ୍ରଲ ଚ୍ୟାପଟରର ଚେୟାରମ୍ୟାନ୍ ଡା. ସୁଭେନ୍ଦୁ ଦାସ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ସାମିଲ ଥିଲେ ।

ଭୁବନେଶ୍ୱର ସ୍ଥିତ ଟ୍ରାଇଡେନ୍ଟ ଏକାଡେମୀ ଅଫ୍ ଟେକ୍ନୋଲୋଜିରେ NIPM, ଉତ୍କଳ ଚ୍ୟାପଟରର ୪୪ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ବହୁ ସଂଖ୍ୟାରେ ଅଭିଜ୍ଞ HR ପ୍ରଫେସନାଲ୍, ଯୁବ HR ପ୍ରାକ୍ଟିସନର୍ସ, ଛାତ୍ରଛାତ୍ରୀ ଏବଂ ସ୍କଲାର୍ସ(Scholars)ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡା. ତପନ କୁମାର ଚାନ୍ଦ ଯୋଗ ଦେଇ ବିଶ୍ୱବିଦ୍ୟାଳୟ ଟପ୍ପରମାନଙ୍କୁ ‘Ram Krishna Mohapatra Scholarship’ ପ୍ରଦାନ କରିଥିଲେ । ଏହି ଦୁଇ ଟପ୍ପରମାନେ ହେଲେ ପ୍ରୀତମ ବେହେରା, PM&IR ଉକ୍ରଳ ବିଶ୍ୱବିଦ୍ୟାଳୟ ଏବଂ ତଅପୋଇ ସାହୁ, PM&IR ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ । ଏହା ସହ ମୁଖ୍ୟ ଅତିଥି ଏବଂ ଅନ୍ୟ ବ୍ୟକ୍ତି ବିଶେଷଙ୍କ ଦ୍ୱାରା NIPM ଉତ୍କଳ ଚ୍ୟାପଟରର ଏକ ଜନାର୍ଲ ‘Personnel Focus’ ଉାନ୍ମୋଚିତ ହୋଇଥିଲା । ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡା. ସନ୍ତୋଷ କୁମାର ତ୍ରିପାଠୀଙ୍କୁ ଭେଟେରାନ୍ HR ପ୍ରଫେସନାଲ୍ସମାନେ ସମ୍ମାନିତ କରିଥିଲେ । ଏହି ଅବସରରେ ସମ୍ମାନିତ ଅତିଥି ଡା. ସ୍ୱରୂପ ମହାନ୍ତି ଏବଂ ପ୍ରଫେସର ଡା. ସନ୍ତୋଷ କୁମାର ତ୍ରିପାଠୀ ସମସାମୟିକ ସମୟରେ HR ମୌଳିକତା ଏବଂ ଏହାର ପ୍ରାସଙ୍ଗିକତା ଉପରେ ଆଲେକପାତ କରିଥିଲେ । ଡା. ତପନ ଚାନ୍ଦ ନିଜ ଅଭିଭାଷଣରେ କହିଥିଲେ ଯେ ଆମେ ଚତୁର୍ଥ ଶିଳ୍ପ(Industry 4.0) ବିପ୍ଳବର ଦ୍ୱାର ଦେଶରେ ଅଛୁ ଏବଂ ସେଠାରେ ୪ଟି ‘D’ ଯଥାDigitalisation, Disruption, Decarbonisation ଏବଂ Democratisationର ତରଙ୍ଗ ଦେଖିବାକୁ ମିଳିଛି । ଏହା ସହ ସେ ମ୍ୟାନେଜମେଣ୍ଟ ଫଙ୍କ୍ସନ୍ ଯେପରି ପ୍ରଡକ୍ସନ୍, ମାର୍କେଟିଂ, ଫାଇନାନ୍ସ, କର୍ପୋରେଟ୍ ଆଫେୟାର୍ସ, ମ୍ୟାଟେରିଆଲ୍ସ ଏବଂ ଲଜିଷ୍ଟିକ୍ସ କିପରି HR କାର୍ଯ୍ୟକାରିତା ଉପରେ ପ୍ରଭାବ ପକାଇଥାଏ ତା ଉପରେ ଆଲୋକପାତ କରିଥିଲେ ।

ତେଣୁ HR ପ୍ରଫେସନାଲ୍ସମାନେ ସେହି ଅନୁଯାୟୀ ଭବିଷ୍ୟତରେ ଯୋଜନା ପ୍ରସ୍ତୁତ କରିବା ଉଚିତ । ସେମାନେ କୌଣସି ପ୍ରକାର ଚ୍ୟାଲେଞ୍ଜର ସାମ୍ନା କରିବା ପାଇଁ ପ୍ରସ୍ତୁତ ଥିବା ଉଚିତ । ଏହି କାର୍ଯ୍ୟକ୍ରମରେ ସମସ୍ତ ଐଜ ପ୍ରଫେସନାଲ୍ସମାନେ NIPMର ନିୟମ ମାନିବାକୁ ଶପଥ ନେଇଥିଲେ । NIPM ଉତ୍କଳ ଚ୍ୟାପଟରର ଚେୟାରମ୍ୟାନ୍ ଡା. ସୁଭେନ୍ଦୁ ଦାସ ସ୍ୱାଗତ ଭାଷଣ ଦେଇଥିଲେ । NIPM ଉତ୍କଳ ଚ୍ୟାପଟରର ଉପାଧ୍ୟକ୍ଷ ଧନ୍ୟବାଦ ଅପର୍ଣ କରିଥିଲେ ।

Get real time updates directly on you device, subscribe now.