fbpx
BSKY SKY
BSKY SKY

ନ୍ୟୁଜିଲାଣ୍ଡ ୟୁ-ଟ୍ୟୁବରଙ୍କୁ ବ୍ଲାକ୍ ଲିଷ୍ଟ କଲେ ଭାରତ ସରକାର, ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହେଲେ ପତ୍ନୀ

BSKY

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ଲୋକପ୍ରିୟ ୟୁ-ଟ୍ୟୁବର୍ କାର୍ଲ ଏଡୱର୍ଡ ରାଇସ୍ ଓରଫ୍ ରକ୍ ଙ୍କୁ ଭାରତ ସରକାରଙ୍କ ପକ୍ଷରୁ ବ୍ଲାକ୍ ଲିଷ୍ଟ ରେ ପକାଇଦିଆଯାଇଛି । ତେବେ ଏହାପରେ ତାଙ୍କୁ ପତ୍ନୀ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ହାଇକୋର୍ଟରେ ସେ ଓକିଲ ଫୁଜୈଲ ଅୟୁବୀଙ୍କ ଦ୍ୱାରା କରିଥିବା ଆବେଦନରେ ସେ କହିଛନ୍ତି ଯେ, କାର୍ଲ ଏଡୱର୍ଡ ୨୦୧୩ରୁ ଭାରତ ରହିଆସୁଛନ୍ତି ଏବଂ ତାଙ୍କ ପାଖରେ ନ୍ୟୁଜିଲାଣ୍ଡ ଓ ଭାରତ ଦୁଇଟି ଯାକର ନାଗରିକତା ରହିଛି ।

ଏହାସହିତ କାର୍ଲ ଭାରତର ସବୁ ନିୟମ କାନୁନ୍ କୁ ପାଳନ କରୁଛନ୍ତି । ତାଙ୍କ ପାଖରେ ଏକ୍ସ୨ ଭିସା ମଧ୍ୟ ରହିଛି । ଆବେଦନରେ କୁହାଯାଇଛି ଯେ, କାର୍ଲ ଏଡୱର୍ଡଙ୍କୁ ବ୍ଲାକ୍ ଲିଷ୍ଟ କରିବା ପୂର୍ବରୁ ସରକାରଙ୍କ ତାଙ୍କ ସହିତ କୌଣସି ପ୍ରକାରର ଆଲୋଚନା କରିନାହାନ୍ତି । ତାଙ୍କୁ କେବଳ ମୌଖିକ ରୂପରେ ବ୍ଲାକ୍ ଲିଷ୍ଟ କରାଯାଇଥିବା ଖବର ଦିଆଯାଇଥିଲା । ନ୍ୟୁଜିଲାଣ୍ଡ ୟୁ-ଟ୍ୟୁବର୍ କାର୍ଲ ଏଡୱର୍ଡ ଭାରତ ସରକାରଙ୍କ ଉପରେ କୌଣସି କାରଣ ନ ଦେଇ ଦେଶରେ ପ୍ରବେଶ କରିବାକୁ ମନା କରିଥିବା ଅଭିଯୋଗ କରିଛନ୍ତି ଏବଂ ଏହି କାରଣରୁ ସେ ତାଙ୍କ ଭାରତୀୟ ପତ୍ନୀଙ୍କଠାରୁ ଅଲଗା ରହୁଛନ୍ତି ବୋଲି କହିଛନ୍ତି।

ତେବେ ଗୃହ ମନ୍ତ୍ରଣାଳୟ ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ, ଭିସା ସର୍ତ୍ତ ଉଲ୍ଲଂଘନ ହେତୁ ତାଙ୍କୁ ଆସିବାକୁ ଅନୁମତି ଦିଆଯାଇ ନାହିଁ । ୟୁ-ଟ୍ୟୁବର୍ କାର୍ଲ ଏଡୱର୍ଡ ରାଇସ୍ ଏହି ବିଷୟରେ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜାକିଣ୍ଡା ଆର୍ଡନଙ୍କୁ ନିବେଦନ କରିଛନ୍ତି । ଜନସାଧାରଣଙ୍କ ସମର୍ଥନ ପାଇବା ପାଇଁ ସେ ଏକ ଅନଲାଇନ୍ ଆବେଦନ ମଧ୍ୟ ଆରମ୍ଭ କରିଛନ୍ତି ।

Get real time updates directly on you device, subscribe now.