fbpx

କର୍ଣ୍ଣାଟକ ସରକାରଙ୍କ ବଡ଼ ନିଷ୍ପତ୍ତି: କନ୍ନଡ଼ ଭାଷୀ ଲୋକଙ୍କୁ ଗ୍ରୁପ-C ଓ ଗ୍ରୁପ-D ପଦରେ ମିଳିବ ୧୦୦ ପ୍ରତିଶତ ସଂରକ୍ଷଣ

ନୂଆଦିଲ୍ଲୀ: କର୍ଣ୍ଣାଟକ ସରକାର ନିଯୁକ୍ତିକୁ ଏକ ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଘରୋଇ କ୍ଷେତ୍ରରେ ଗ୍ରୁପ-ସି ଓ ଗ୍ରୁପ-ଡି ପଦ ପାଇଁ କନ୍ନଡ଼ ଭାଷୀ ଲୋକଙ୍କୁ ଶତ ପ୍ରତିଶତ ସଂରକ୍ଷଣ ମିଳିବ । ଏନେଇ ଗତ ୧୫ ତାରିଖ ଦିନ ବସିଥିବା ରାଜ୍ୟ ମନ୍ତ୍ରିମଣ୍ଡଳ ବୈଠକରେ ନିଷ୍ପତ୍ତି ନିଆଯାଇଛି । କନ୍ନଡ଼ ଭାଷୀ ଲୋକଙ୍କ ନିଯୁକ୍ତି ପ୍ରାଦନ କରିବା ବାଧ୍ୟତାମୂଳକ ହେବା ନେଇ ଆଗତ ବିଧେୟକକୁ ମଞ୍ଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏନେଇ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ସୂଚନା ପ୍ରଦାନ କରିଛନ୍ତି ।

ରାଜ୍ୟ କ୍ୟାବିନେଟର ଏହି ନିଷ୍ପତ୍ତି କ୍ରମେ ଏଣିକି ଘରୋଇ କ୍ଷେତ୍ରରେ କନ୍ନଡ଼ ଭାଷୀ ଲୋକଙ୍କୁ ଗ୍ରୁପ-ସି ଓ ଗ୍ରୁପ-ଡି ପଦରେ ଶତ ପ୍ରତିଶତ ସଂରକ୍ଷଣ ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏ ବାବଦରେ ଘୋଷଣା କରିବା ସହ ସୋସିଆଲ ମିଡ଼ିଆରେ ପୋଷ୍ଟ ଶେୟାର କରିଛନ୍ତି । କନ୍ନଡ଼ଭାଷୀ ଲୋକଙ୍କ ଭର୍ତ୍ତି ବାଧ୍ୟତାମୂଳକ ନେଇ ବିଧେୟକଙ୍କୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଆସନ୍ତା ଗୁରୁବାର ଦିନ ବିଧାନସଭାରେ ଏହି ବିଧେୟକକୁ ଆଗତ କରାଯିବ ବୋଲି ବିଧି ବିଭାଗ ସୂତ୍ରରୁ ଜଣାପଡ଼ିଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମର ପ୍ରୋ-କନ୍ନଡ଼ ସରକାରରେ ଆମେ କନ୍ନଡ଼ ଭାଷୀ ଲୋକଙ୍କ କଲ୍ୟାଣ ପାଇଁ ପ୍ରୟାସ କରିଆସିଛୁ । କନ୍ନଡ଼ ଭାଷୀ ଲୋକଙ୍କୁ ନିଜ ରାଜ୍ୟରେ ଆରାମଦାୟକ ଜୀବନ ବିତାଇବାର ସୁଯୋଗ ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଅନ୍ୟମାନଙ୍କ ପରି ଏଣିକି କନ୍ନଡ଼ ଭାଷୀ ଲୋକମାନେ ନିଯୁକ୍ତି କ୍ଷେତ୍ରରେ ଏକ ବଡ଼ ଧରଣର ସୁବିଧା ହାସଲ କରିବାକୁ ସମର୍ଥ ହେବେ ।

Get real time updates directly on you device, subscribe now.