ବେଙ୍ଗାଲୁରୁ: ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା ଘଟଣାକୁ ନେଇ କର୍ଣ୍ଣାଟକ ହାଇକୋର୍ଟ ପକ୍ଷରୁ ଶୁଣାଣି କରାଯିବ । ୧୮ ବର୍ଷର ବିଫଳତା ପରେ ରୟାଲ ଚ୍ୟାଲେଞ୍ଜର (ଆରସିବି) ବେଙ୍ଗାଲୁରୁ ଜିତିବା ପରେ ଷ୍ଟାଡିୟମ ବାହାରେ ଭିଡ଼ ଦେଖିବାକୁ ମିଳିଥିଲା ।
ଷ୍ଟାଡିୟମ ବାହାରେ ଦଳାଚକଟାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୭ ଜଣ ଗୁରୁତର ଆହତ ହୋଇଛନ୍ତି । ଆଗାମୀ ଦିନରେ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ମଧ୍ୟ କରାଯାଉଛି ।
ଷ୍ଟାଡିୟମର କ୍ଷମତା ୩୦ ହଜାର ଲୋକଙ୍କ ପାଇଁ ହୋଇଥିବାବେଳେ ପାଖାପାଖି ୨ ଲକ୍ଷ ଲୋକ ସେଠାରେ ଏକତ୍ରିତ ହୋଇଥିଲେ । ଯେଉଁ କାରଣରୁ ଷ୍ଟାଡିୟମ ବାହାରେ ଦଳାଚକଟା ପରିସ୍ଥିତି ଦେଖିବାକୁ ମିଳିଥିଲା ।
ନିଜଆଡୁ ମାମଲା ଗ୍ରହର କରିବା ପରେ ସାଢ଼େ ୨ଟାବେଳେ କର୍ଣ୍ଣାଟକ ହାଇକୋର୍ଟ ଏ ମାମଲାର ଶୁଣାଣି କରିବେ ।