fbpx

ମହିଳା ଓକିଲଙ୍କୁ ନୃଶଂସ ଭାବରେ ପିଟିଲେ ବ୍ୟକ୍ତି; ଭାଇରାଲ ହେଉଛି ଭିଡିଓ..

ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଅଭାବନୀୟ ଘଟଣା ଭାଇରାଲ ହେବାରେ ଲାଗିଛି । ଯେଉଁଠାରେ ଜଣେ ବ୍ୟକ୍ତି ଜଣେ ମହିଳା ଓକିଲଙ୍କୁ ଅତି ନିର୍ଦ୍ଦୟ ଭାବରେ ସର୍ବ ସମ୍ମୁଖରେ ମାଡ଼ ମାରୁ୍ଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

କର୍ଣ୍ଣାଟକ ବାଗଲକୋଟ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମହନ୍ତେଶ ନାମକ ଏହି ବ୍ୟକ୍ତି ଜଣେ ମହିଳା ଓକିଲଙ୍କୁ ଅତି ନୃଶଂସ ଭାବରେ ଆକ୍ରମଣ କରୁଛନ୍ତି । କୁହାଯାଉଛି ମହିଳାଙ୍କ ସ୍ୱାମୀ ଏବଂ ମହନ୍ତେଶଙ୍କ ମଧ୍ୟରେ ଜମି ବିବାଦ ରହିଛି । ମହିଳା ଏବଂ ମହନ୍ତେଶ ପଡ଼ୋଶୀ ବୋଲି ଜଣାପଡ଼ିଛି । ଘଟଣା ପରେ ବାଗଲକୋଟ ପୋଲିସ ମହନ୍ତେଶଙ୍କୁ ଗିରଫ କରିଛି ଏବଂ ତାଙ୍କ ଉପରେ ଆକ୍ରମଣ ନେଇ ମାମଲା ରୁଜୁ କରାଯାଇଛି ।

ଭିଡିଓରେ ଦେଖାଯାଉଛି ଯେ କିଭଳି ମହନ୍ତେଶ ମହିଳା ଜଣଙ୍କୁ ଅତି ନିର୍ମମ ଏବଂ ନୃଶଂସ ଭାବେ ଆକ୍ରମଣ କରୁଛି । ବ୍ୟକ୍ତି ଜଣଙ୍କୁ ମହିଳାଙ୍କୁ ଗୋଇଠା ଏବଂ ଚାପୁଡ଼ା ମଧ୍ୟ ମାରୁଛନ୍ତି । ତେବେ ପୋଲିସ ମହନ୍ତେଶଙ୍କୁ ଗିରଫ କରିଛି, ମହନ୍ତେଶ ମହିଳାଙ୍କୁ ବ୍ୟକ୍ତିଗତ କାରଣକୁ ନେଇ ଏଭଳି ମାଡ଼ ମାରିଥିବା ନେଇ କହିଛି ପୋଲିସ୍ ।

Get real time updates directly on you device, subscribe now.