fbpx

ମାସ୍କ ନ ପିନ୍ଧି ଅଜବ ଯୁକ୍ତି ବାଢିଲେ ମନ୍ତ୍ରୀ, କହିଲେ- ପିଏମ କହିଛନ୍ତି ମାସ୍କ ପିନ୍ଧିବା ବ୍ୟକ୍ତିଗତ ନିଷ୍ପତ୍ତି

ବେଙ୍ଗାଲୁରୁ : କରୋନା ମହାମାରୀର ମୁକାବିଲା ପାଇଁ ଯେଉଁଠି ରାଜ୍ୟଠୁ ନେଇ କେନ୍ଦ୍ର ସଭିଏଁ ତତ୍ପରତାର ସହ କାମ କରୁଛନ୍ତି, ସେହି ସମୟରେ କିଛି ମନ୍ତ୍ରୀଙ୍କ ବେପରୁଆ ବୟାନ ବିବାଦୀୟ ପରିସ୍ଥିତି ସୃଷ୍ଟି କରୁଛି। ମାସ୍କ ପିନ୍ଧିବା ବାଧ୍ୟ ବାଧ୍ୟକତା ନୁହେଁ। ଏହା ସଂପୂର୍ଣ୍ଣ ବ୍ୟକ୍ତିଗତ ବୋଲି କହିଛନ୍ତି କର୍ଣ୍ଣାଟକର ଜଣେ ମନ୍ତ୍ରୀ। ଉମେଶ କଟ୍ଟି ଜଣେ ବିଜେପି ନେତା ଏବଂ ବର୍ତ୍ତମାନ ସେ କର୍ଣ୍ଣାଟକରେ ଖାଦ୍ୟ ଯୋଗାଣ ଏବଂ ଉପଭୋକ୍ତା ଏବଂ ଜଙ୍ଗଲ ମନ୍ତ୍ରୀ ଅଛନ୍ତି।

ମନ୍ତ୍ରୀ ଉମେଶ କଟ୍ଟି ମାସ୍କ ପିନ୍ଧିବାକୁ ମନା କରି ଦେଇଛନ୍ତି। ମାସ୍କ ପିନ୍ଧିନଥିବାରୁ ସାମ୍ବାଦିକଙ୍କ ପ୍ରଶ୍ନରୁ ବର୍ତ୍ତିବା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାହାରା ମଧ୍ୟ ନେଇଛନ୍ତି। ଯେବେ ତାଙ୍କୁ ମାସ୍କ ପିନ୍ଧିନଥିବାରୁ ପ୍ରଶ୍ନ କରାଗଲା ସେ ପ୍ରଧାନମନ୍ତ୍ରୀଙ୍କ ସାହାରା ନେଇଛନ୍ତି। ତାଙ୍କ ମତରେ ପ୍ରଧାନମନ୍ତ୍ରୀ କହିଛନ୍ତି ମାସ୍କ ପିନ୍ଧିବା ନେଇ କୌଣସି କଟକଣା କି ବାଧ୍ୟ ବାଧକତା ନାହିଁ। ମାସ୍କ ପିନ୍ଧିବା ଏବଂ ନ ପିନ୍ଧିବା ବ୍ୟକ୍ତିଗତ ନିଷ୍ପତ୍ତି । ଏଥିରେ ବି କୌଣସି ସମସ୍ୟା ନାହିଁ। ମନ୍ତ୍ରୀଙ୍କ ଏହି ବିବାଦୀୟ ଟିପ୍ପଣୀ ସେହି ସମୟରେ ଆସିଛି, ଯେତେବେଳେ ସମଗ୍ର ଦେଶରେ କରୋନା ଭାଇରସ୍ର ତୃତୀୟ ଲହର ଜାରି ରହିଛି। ସ୍ଥିତିର ମୁକାବିଲା ପାଇଁ ରାଜ୍ୟଗୁଡିକ ଅନେକ କଟକଣା ଲଗାଇଛନ୍ତି। ଏପରିକି ସହରରେ ମାସ୍କ ପିନ୍ଧୁନଥିବ ଲୋକଙ୍କଠୁ କାର୍ଯ୍ୟାନୁଷ୍ଠାନସ୍ଵରୂପ ଜରିମାନା ଆଦାୟ କରାଯାଉଛି। ରାତ୍ରକର୍ଫ୍ୟୁଠୁ ନେଇ ସାର୍ବଜନୀନ କାର୍ଯ୍ୟକ୍ରମ ଉପରେ ମଧ୍ୟ ରୋକ୍ ଲଗାଯାଇଛି।

Get real time updates directly on you device, subscribe now.