fbpx

କରୋନା ଭାଇରସ, ମୃତ୍ୟୁ ସଂଖ୍ୟା ୩୬୦କୁ ବୃଦ୍ଧି

ନୂଆଦିଲ୍ଲୀ, ୩ା୨: ଚୀନରେ କରୋନା ଭାଇରସର ଆତଙ୍କ ଦେଖାଦେଇଛି । ଦିନକୁ ଦିନ ଚୀନରେ ପରିଣତି ଅଣଆୟତ ହେଲାଣି । ସେଠାରେ କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଚୀନରେ ୩୬୦ଜଣଙ୍କର ମୃତ୍ୟୁ ଘଟିଲାଣି । ଗତକାଲି ଗୋଟିଏ ଦିନରେ ୫୬ଜଣଙ୍କର ମୃତ୍ୟୁ ଘଟିଛି । ଏହାସହ ୧୦ହଜାରରୁ ଅଧିକ ଆକ୍ରାନ୍ତ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ।
ସେହିପରି ଭାରତରେ ମଧ୍ୟ ଦୁଇ ଜଣଙ୍କୁ କରୋନା ଭାଇରସ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି । ଦୁଇ ଜଣ କେରଳର ବୋଲି ଜଣାପଡ଼ିଛି । ସେମାନେ ଦୁଇ ଜଣ ଗତ କିଛି ଦିନ ତଳେ ଚୀନରୁ ଫେରିଥିଲେ ବୋଲି ସୂଚନା ରହିଛି ।

Get real time updates directly on you device, subscribe now.