fbpx

ଆଗାମୀ ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା!

ଭୁବନେଶ୍ୱର, ୩ା୨(ଓଡ଼ିଶା ଭାସ୍କର): ବର୍ତ୍ତମାନ ଶୀତର ପ୍ରକୋପ ରାଜ୍ୟରେ କମ ଅନୁଭୂତ ହେଉଛି । ଏହାରି ମଧ୍ୟରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ୮ଟି ଜିଲ୍ଲାରେ ବର୍ଷା ହେବାର ଆଶଙ୍କା ରହିଛି । ଜିଲ୍ଲାଗୁଡ଼ିକ ହେଉଛି ଗଜପତି, ଗଞ୍ଜାମ, କଳାହାଣ୍ଡି, ନୂଆପଡ଼ା. ରାୟଗଡ଼ା, କୋରାପୁଟ, ନୟାଗଡ଼, କନ୍ଧମାଳ । ଏହାସହ ୩ଜିଲ୍ଲାରେ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି ହୋଇଛି । ୩ଜିଲ୍ଲାଗୁଡ଼ିକ ହେଉଛି କଳାହାଣ୍ଡି, କନ୍ଧମାଳ ଓ ଅନୁଗୁଳ ।

Get real time updates directly on you device, subscribe now.