fbpx

କରୋନା ମୁକାବିଲା ପ୍ରସ୍ତୁତି ନେଇ ଏସସିବି ଉପରେ କେନ୍ଦ୍ରୀୟ ଟିମ ଖୁସି

କଟକ, ୬ା୨(ଓଡ଼ିଶା ଭାସ୍କର): କଟକ ଏସସିବି ମେଡ଼ିକାଲର କରୋନା ଭାଇରସ ପାଇଁ ପରିଦର୍ଶନ କରିଥିଲା କେନ୍ଦ୍ରୀୟ ଟିମ୍ । କରୋନା ମୁକାବିଲା ପାଇଁ ଏସସିବିର ପ୍ରସ୍ତୂତିରେ କେନ୍ଦ୍ରୀୟ ଟିମ୍ ଖୁସି ଥିବା ସୂଚନା ମିଳିଛି । ଏନେଇ ୯ଜଣିଆ ଡାକ୍ତରୀ ଟିମ୍ ସହ କେନ୍ଦ୍ରୀୟ ଟିମର ଆଲୋଚନା ହୋଇଛି । ଏହାସହ କରୋନା ୱାର୍ଡ଼ରେ ଆଉ କିଛି ସୁବିଧା ଦେବାକୁ ଡାକ୍ତରଙ୍କୁ ପରାମର୍ଶ ଦେଇଛନ୍ତି । ଖୁବ ଶୀଘ୍ର କେନ୍ଦ୍ର ସରକାରଙ୍କୁ ଏହି ସମ୍ପର୍କରେ ରିପୋର୍ଟ ଦେବ କେନ୍ଦ୍ରୀୟ ଟିମ୍ । ବିମାନବନ୍ଦର ଓ କ୍ୟାପିଟାଲ ହସ୍ପିଟାଲ ପରେ ଏସସିବି ଯାଇଥିଲା କେନ୍ଦ୍ରୀୟ ଟିମ୍ ।
କରୋନା ଭାଇରସରେ ଚୀନରେ ବହୁ ଲୋକ ମୃତ୍ୟୁ ବରଣ କରିସାରିଲେଣି । ପରେ କଟକ ସ୍ଥିତ ଏସସବି ମେଡ଼ିକାଲରେ କରୋଣାରେ ଆକ୍ରାନ୍ତ ହୋଇଥିବା ସନ୍ଦିଗ୍ଧ ଭର୍ତ୍ତି ହୋଇଥିଲେ । ଏହାସହ କରୋନା ମୁକାବିଲା ପାଇଁ ଏସସିବିରେ ପ୍ରସ୍ତୁତି ହୋଇଥିଲା ।

Get real time updates directly on you device, subscribe now.